ଡାବୁଗାଁ ଅଗ୍ନି ଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଡାବୁଗାଁ ଅଗ୍ନି ସେବା ସଂସ୍ଥା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ମକ୍ ଡ୍ରିଲ ପ୍ରଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ। ସମସ୍ତ ବିଦ୍ୟାଳୟ ସରକାର ଛୁଟି ଘୋଷଣା କରିଥିଲେ ହେଁ ଆଜି ମକ୍ ଡ୍ରିଲ ପ୍ରଦର୍ଶନ କରିବାର ଦିନ ଧାର୍ଯ୍ୟ ରହି ଥିବାରୁ ଅନେକ ଛାତ୍ର ଛାତ୍ରୀ ଅନୁପସ୍ତିତ ରହି ଥିଲେ ହେଁ ଅଳ୍ପ ଛାତ୍ର ଛାତ୍ରୀ ମାନଙ୍କୁ ମକ୍ ଡ୍ରିଲ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ବନଲତା ମହାନ୍ତି, ଶିକ୍ଷୟତ୍ରି ସବିତା ଦାସ,ଅନିତା ବେହେରା,ସୁଙ୍ଗ୍ୟାନି ବେହେରା,ଗିରିସ୍ ବାଳା ଜେନା,ସସ୍ମିତା ଗୁଇନ୍,ପୁଷ୍ପାଞ୍ଜଳୀ ମଣି,ଚିନ୍ମୟି ପଟ୍ଟନାୟକ, ଓ ଶିକ୍ଷକ ତ୍ରିନାଥ ପମ୍ବିଆ ପ୍ରମୁଖ ଙ୍କ ସହଜୋଗରେ ଫାୟାର ମ୍ୟାନ ହେମନ୍ତ କୁମାର ନାୟକ,ତୁଳଶୀ ରାମ ରଣା,ସୁମନ୍ତ କୁମାର ସାହୁ,ଭକ୍ତ ଚରଣ ମାଝୀ ଓ ଫାୟାର୍ ମ୍ୟାନ ଡ୍ରାଇଭର ପ୍ରସନ୍ନ ବିଶ୍ୱାଳ ପ୍ରମୁଖ ଙ୍କ ଦ୍ୱାରା ଗଭୀର ଜଳ ମଧ୍ୟରୁ ବିପନ୍ନ୍ ବ୍ୟକ୍ତି ଙ୍କୁ ଉଦ୍ଧାର କରିବା କୌଶଳ,ରାସ୍ତାରେ ଗଛ ପଡି ଥିଲେ ଗଛ କାଟିବା ଯନ୍ତ୍ର ସାହାଯ୍ୟରେ ଗଛ କାଟିବା,ଗ୍ୟାସ ଜଳୁ ଥିଲେ ଗ୍ୟାସ କୁ ଲିଭାଇବା କୌଶଳ,ତୈଳ ରେ ନିଆଁ ଲାଗି ଥିଲେ ନିଆଁ କୁ ଲିଭାଇବା ପ୍ରଣାଳୀ,ଘରେ ନିଆଁ ଲାଗି ଥିଲେ ନିଆଁକୁ ପାଣି ପାଇପ ଦ୍ୱାରା ଲିଭାଇବା ପ୍ରଣାଳୀ,ଅଳ୍ପ ନିଆଁ ଲାଗି ଥିଲେ ନିଆଁକୁ ଆୟତ୍ତ କରିବା ପ୍ରଣାଳୀ,ଛାତ ଉପରେ ସଙ୍ଗ୍ୟାହିନ ବ୍ୟକ୍ତିକୁ କିପରି ଉଦ୍ଧାର କରିବା କୌଶଳ,ବନ୍ୟା, ବାତ୍ୟା,ଦୁର୍ଘଟଣା ଘଟି ଥିବା ସ୍ଥାନ ମାନଙ୍କରୁ ସହଜ ଉପାୟ ରେ ଉଦ୍ଧାର କରିବା କୌଶଳମାନ ପ୍ରଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟାପକ ଭାବେ ବୁଝାଇ ଥିଲେ।ଏଭଳି ସଚେତନ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ କରାଗଲେ ସମସ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାହସ ସହ ପରୋପକାର କରି ଧନ ଜୀବନ ରକ୍ଷା କରି ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଓ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More