ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ପଞ୍ଚାୟତ ସଦରମହକୁମାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଡାବୁଗାଁ ଅଗ୍ନିସମ ସଂସ୍ଥା ଦ୍ୱାରା ଛାତ୍ର/ଛାତ୍ରୀ ମାନଙ୍କୁ ମକ୍ ଡ୍ରିଲ ପ୍ରଦର୍ଶନ କରି ଛାତ୍ର/ଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ । ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବେହେରା, ଶିକ୍ଷୟତ୍ରୀ ମାନସୀ ମହାନ୍ତି, ସବିତା ଦାସ, ୱାଡେନ ସଞ୍ଜୁ କାର୍ଜୀ ଓ ଶିକ୍ଷକ ବଲ୍ଲଭ ନାରାୟଣ ପଣ୍ଡା, ପ୍ରମୁଖ ଙ୍କ ସହଯୋଗରେ ଭାରପ୍ରାପ୍ତ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଉପେନ୍ଦ୍ର କୁମାର ମହାରଣା, ଆଗ୍ନିକ ହେମନ୍ତ କୁମାର ମାଝି, ସୁମନ୍ତ କୁମାର ସାହୁ, ହିରୋଜ କୁମାର ବେହେରା ଓ ଆଗ୍ନିକ ଡ୍ରାଇଭର ପ୍ରସନ୍ନ ବିଶ୍ୱାଳ ପ୍ରମୁଖ ଙ୍କ ଦ୍ୱାରା ଗଭୀର ଜଳ ମଧ୍ୟରୁ ବିପନ୍ନ ବ୍ୟକ୍ତି ଙ୍କୁ ଉଦ୍ଧାର କରିବା କୌଶଳ, ରାସ୍ତାରେ ଗଛ ପଡି ଥିଲେ ଯନ୍ତ୍ର ସାହାଯ୍ୟରେ ଗଛ କାଟିବା, ଗ୍ୟାସ ଜଳୁଥିଲେ ଗ୍ୟାସ କୁ ଲିଭାଇବା କୌଶଳ, ତୈଳ ରେ ନିଆଁ ଲାଗି ଥିଲେ ନିଆଁ କୁ ଲିଭାଇବା ପ୍ରଣାଳୀ, ଘରେ ନିଆଁ ଲାଗି ଥିଲେ ନିଆଁକୁ ପାଣି ପାଇପ ଉପରେ ସଜ୍ଞାହିନ ବ୍ୟକ୍ତିକୁ କିପରି ଉଦ୍ଧାର କରିବା କୌଶଳ, ବନ୍ୟା, ବାତ୍ୟା, ଦୁର୍ଘଟଣା ଘଟି ଥିବା ସ୍ଥାନ ମାନଙ୍କରୁ ସହଜ ଉପାୟ ରେ ଉଦ୍ଧାର କରିବା କୌଶଳ ମାନ ପ୍ରଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟାପକ ଭାବେ ବୁଝାଇ ଥିଲେ । ଏଭଳି ସଚେତନ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ କରାଗଲେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସାହସ ସହ ପରୋପକାର କରି ଧନ ଜୀବନ ରକ୍ଷା କରି ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More