ଡାବୁଗାଁର ମା ଗଜଲକ୍ଷ୍ମୀ ମଣ୍ଡପରେ ପୂଜା ପାଇଲେ ମା ଗଜଲକ୍ଷ୍ମୀ

14

Get real time updates directly on you device, subscribe now.

ନବରଙ୍ଗପୁର,(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ରେଲି ସାହି ଠାରେ ରବିବାର ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି | ଏହି ଅବସରରେ ଶନିବାର ସନ୍ଧ୍ୟାରେ ମା ଠାକୁରାଣୀ ମନ୍ଦିର ପୋଖରୀରୁ ପାଣି ଅଣାଯାଇଥିଲା |ଏଥିନେଇ ମଣ୍ଡପ ନିକଟରୁ ମହା ପଟୁଆରରେ ବାଜା ଵଜାଇ,ବାଣ ଫୁଟାଇ ଡାକବାଜୀ ଯନ୍ତ୍ର ଦ୍ୱାରା ସଙ୍ଗିତର ତାଳେ ତାଳେ ନାଚି ନାଚି ପୋଖରି କୁଳରେ ପହଞ୍ଚି ପୁଜାର୍ଚ୍ଚନା କରି କଳସ ରେ ପାଣି ଆଣି ମଣ୍ଡପ ନିକଟରେ ପହଞ୍ଚିଥିଲେ।ରବିବାର ସକାଳୁ ମା ଙ୍କ ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇଯାଇଛି | ଏଥିରେ ରଞ୍ଜିତ କୁମାର ଘରାଇ ଓ ଭଗବାନ ଖୁଣ୍ଟିଆ ପ୍ରମୁଖ କର୍ତ୍ତା ଭାବେ ଦାୟିତ୍ଵ ରେ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଚୈତନ ଦାସ ମାଙ୍କ ପୂଜା କରିଥିବା ବେଳେ ଗୋବିନ୍ଦ ପଣ୍ଡା,ସମିର କର, ରମେଶ ଦାଶ ସହଜୋଗ କରିଥିଲେ | ଏଥିରେ ମା ଗଜଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା କେଶବ ରେଲି, ଜଗନ୍ନାଥ ରେଲି, ଲବ ରେଲି, ପାପନ୍ନା ରେଲି, ସୁରେନ୍ଦ୍ର ରେଲି, ଶୋଭା ରେଲି, ଗୋପୀ ରେଲି, ସୁଦର୍ଶନ ରେଲି, ଶଶୀ ରେଲି, ଜିତୁ ରେଲି,ତରଣି ରେଲି ଓ ଅନ୍ୟ ମାନେ ପରିଚାଳନା କରୁଛନ୍ତି | ଆସନ୍ତା ୧୬ ତାରିଖ ରବିବାର ମାଁ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ | ମାଙ୍କ ଆଗମନରେ ଡାବୁଗାଁ ସହର ଚଳ ଚଞ୍ଚଳ ହୋଇ ଉଠିଛି।ମଣ୍ଡପ ଗେଟ୍ ଆକର୍ଷଣ ହୋଇ ଥିବା ବେଳେ ଆଲୋକମାଳା ଦର୍ଶକମାନଙ୍କ ମନ ମୋହୁଥିବା ଦେଖିବାକୁ ମିଳିଥିଲା। ନବରଙ୍ଗପୁର ଜିଲାରୁ ରବି ନାରାୟଣ୍ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଗର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More