ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବସ ଷ୍ଟାଣ୍ଡଟି ବଜାରର ମୁଖ୍ୟ ସ୍ଥଳରେ ରହି ଥିବାରୁ ସମସ୍ତ ଯାତ୍ରୀ ମାନଙ୍କ ନିମନ୍ତେ ଜାତାୟତର ସୁବିଧା ହେଉଛି।ଏପରିକି ମହିଳା ମାନେ ବସ ରେ ଯାତ୍ରା କରିବା ସମ୍ପୂର୍ଣ ନିରାପଦ ହେଉଛି। ସ୍ମାର୍ଟ ବସ ଷ୍ଟାଣ୍ଡ ହେବା ନିମନ୍ତେ ପ୍ରସ୍ତୁତି ମଧ୍ୟ ତହସିଲ ପ୍ରଶାସନ ତରଫରୁ ଜନ ସାଧାରଣ ମାନଙ୍କୁ ସରକାରୀ ଜାଗାରେ ଅକ୍ତିଆର କରି ଥିବା ଲୋକ ମାନଙ୍କୁ ନୋଟିସ ମଧ୍ୟ ଜାରି ହୋଇ ନିର୍ଧାରିତ ସମୟ ମଧ୍ୟରେ ବସ ଷ୍ଟାଣ୍ଡ ଜାଗା ଖାଲି କରିବାକୁ ନିର୍ଦେଶ ଦିଆ ଯାଇଛି।କେତେକ ଲୋକେ ମାଡି ବସି ଥିବା ଜାଗା ଛାଡିବାକୁ ନାରାଜ ଜନ ସାଧାରଣ ଜାଣିବାକୁ ପାଇବାରୁ ଆଜି ସେହି ସ୍ଥାନରେ ସ୍ମାର୍ଟ ବସ ଷ୍ଟାଣ୍ଡ ହେବା ପାଇଁ ଡାବୁଗାଁ ତହସିଲଦାରଙ୍କୁ ଡାବୁଗାଁ ପଂଚାୟତ ଓ ଡଙ୍ଗରିଗୁଡା ପଂଚାୟତ ର ୪ ଶହ ରୁ ଉର୍ଧ୍ଵ ଲୋକ ଙ୍କ ଦସ୍ତଖତ ଥାଇ ଦାବି ପତ୍ର ପ୍ରଦାନ କରିଛନ୍ତି।ପ୍ରଶାସନ ତାର କାର୍ଯ୍ୟ କରିବ,ଆପଣ ମାନଙ୍କ ସହଯୋଗ ରହିଲେ ଏକାନ୍ତ କାମ୍ୟ ବୋଲି ତହସିଲଦାର ମତ ବ୍ୟକ୍ତ କରି ଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ଉପାଧକ୍ଷ ସଦାନନ୍ଦ ନାୟକ,ଡଙ୍ଗରିଗୁଡା ସରପଞ୍ଚ ରାମ କୁମାର ଗଣ୍ଡ,ଡାବୁଗାଁ କୃଷକ ମହା ସଙ୍ଘ ର ସଭାପତି ସତ୍ୟ ରଞ୍ଜନ ପାତ୍ର,ରାଜେନ୍ଦ୍ର ମିଶ୍ର,ଟି ଜୁଗୁନୁ ବାବୁ,ବିଶ୍ୱରଂଜନ ପାତ୍ର, ତରଣି ରେଲି,ମନୁ ରେଲି,ପ୍ରତାପ ନାୟକ,ରାଜୁ ରେଲି,ବିଶ୍ୱନାଥ ହରିଜନ,ମୁରଲୀ ଜେନା ପ୍ରମୁଖ ଦୁଇ ପଂଚାୟତ ରୁ ବହୁ ସଂଖ୍ୟାରେ ଜନ ସାଧାରଣଙ୍କ ଉପସ୍ତିତି ରେ ଦାବି ପତ୍ର ପ୍ରଦାନ କରା ଯାଇ ଥିଲା।ବସ ଷ୍ଟାଣ୍ଡ ଯେଉଁଠି ଅଛି ସେଇଠି ନ୍ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତିବ୍ରତର ହେବ ବୋଲି ଦାବିପତ୍ର ପ୍ରଦାନ କରି ଥିବା ବ୍ୟକ୍ତି ସମୂହ ମତ ବ୍ୟକ୍ତ କରିଛନ୍ତି।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।