ଡାବୁଗାଁରେ ହନୁମାନ ଜୟନ୍ତୀ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସହ ଅନ୍ୟ ବ୍ଲକ ମାନଙ୍କରେ ଥିବା ବୀର ହନୁମାନଙ୍କ ମୁର୍ତ୍ତି ସାଜସଜ୍ଜା କରାଜାଇ କମିଟି ମାନଙ୍କ ଦ୍ଵାରା ମହା ଆଡମ୍ବରରେ ପୁଜାର୍ଚ୍ଚନା କରାଜାଇଛି।ସେହିପରି ଡାବୁଗାଁ ବ୍ଲକ ସଦରମହକୁମା ଜୟନ୍ତୀନଗର ସ୍ଥିତ ହନୁମାନ ମନ୍ଦିର ଠାରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି | ଏଥିରେ ସକାଳୁ ଭକ୍ତ ମାନଙ୍କ ଦ୍ଵାରା ଏକ କଳସୀ ଶୋଭାଯାତ୍ରାରେ ମା ଠାକୁରାଣୀ ମନ୍ଦିର ବନ୍ଧରୁ ମହା ଆଡମ୍ବରରେ ପାଣି ଅଣାଯାଇଥିଲା | ଏହା ପରେ ଠାକୁରଙ୍କ ରୀତିନୀତି ଅନୁସାରେ ଶ୍ରୀ ହନୁମାନଙ୍କୁ ସ୍ନାନ କରାଇ ସାଜସଜ୍ଜା କରିବା ପରେ ପୂଜାର୍ଚ୍ଚନା କରାଯାଇଥିଲା | ଏଥିରେ କର୍ତ୍ତା ଭାବେ ଅଭୟ କୁମାର ଜେନା, ଗୀତାଞ୍ଜଳି ଜେନା, ଦେବରାଜ ପାତ୍ର ପ୍ରମୁଖ ଦାୟିତ୍ଵ ତୁଲାଇଥିବା ବେଳେ ମୁଖ୍ୟ ପୂଜକ ଭାବେ ଚୈତନ୍ୟ ଦାଶ ଙ୍କ ସମେତ ମହେଶ ଚନ୍ଦ୍ର ପଣ୍ଡା ଓ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ପୁଜା କାର୍ଜ୍ୟରେ ସହଯୋଗ କରିଥିଲେ | ମନ୍ଦିର କମିଟି ତରଫରୁ ପ୍ରାୟ ୧ ହଜାର ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରଯାଇଥିଲା | ଏଥିରେ ଗ୍ରାମ ଓ ବିଭିନ୍ନ ଗ୍ରାମରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More