ଡାବୁଗାଁରେ ସ୍ମାର୍ଟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ

23

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) :-ସରକାରଙ୍କ ନିର୍ଦ୍ଦେଶକ୍ରମେ ଡାବୁଗାଁ ନୁଆ ବସଷ୍ଟାଣ୍ଡ ଠାରେ ସ୍ମାର୍ଟ ବସଷ୍ଠାଣ୍ଡ ନିର୍ମାଣ ହେବ | ଏଥି ନିମନ୍ତେ ପ୍ରଶାସନ ତରଫରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଛି । ଆସନ୍ତା ମେ ’ ୧୮ ତାରିଖରେ ସ୍ମାର୍ଟ ବସଷ୍ଠାଣ୍ଡ ପରିସରରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ଡାବୁଗାଁ ତହସିଲଦାରଙ୍କ କାର୍ଯ୍ୟାଳୟର ଚିଠି ନଂ – ୭୨୨ ଓ ୯୧୮ ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ଜବରଦଖଲକାରୀଙ୍କୁ ଜବରଦଖଲ ସ୍ଥାନ ଖାଲି କରିବା ପାଇଁ ଗତ ଏପ୍ରିଲ ୧୪ ତାରିଖ ଓ ମେ ’ ୬ ତାରିଖରେ ନୋଟିସ୍ ଜାରି କରାଯାଇଛି । ୨୩ ଜଣ ସରକାରୀ ଜମି ଜବରଦଖଲକାରୀଙ୍କୁ ଆସନ୍ତା ମେ ୧୭ ତାରିଖ ସୁଦ୍ଧା ଜାଗା ଖାଲି କରିବାକୁ ନୋଟିସ୍ ଦିଆଯାଇଛି । ଜବରଦଖଲ ଉଚ୍ଛେଦ ଖାଦ୍ୟଶସ୍ୟ , ଗୃହପାଳିତ ସମୟରେ ପଶୁପକ୍ଷୀ , ଅନ୍ୟାନ୍ୟ ଆସବାବପତ୍ର ନ ରଖିବା ସହ ଉଚ୍ଛେଦ ସ୍ଥାନରେ କେହି ନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉକି , ଡାବୁଗାଁର ମଧ୍ୟ ସ୍ଥଳରେ ଥିବା ନୁଆ ବସ୍ ଷ୍ଟାଣ୍ଡକୁ ସ୍ମାର୍ଟ ବସ୍ ଷ୍ଟାଣ୍ଡ କରିବା ପାଇଁ ପୂର୍ବରୁ ଜମି ଚିହ୍ନଟ ହୋଇଥିଲା । କିନ୍ତୁ କିଛି ଲୋକ ଏହି ସରକାରୀ ଜମିକୁ ଜବରଦଖଲ କରିଥିବା ବେଳେ ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ଆସୁଥିଲା । ଏହି ସ୍ଥାନରୁ ଅନ୍ୟତ୍ର ସ୍ମାର୍ଟ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର କରିବା ପାଇଁ ଯୋଜନା ହେଉଥିଲା । କିନ୍ତୁ ଡାବୁଗାଁବାସୀ ଏନେଇ ଖବର ଜାଣିବାପରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହିଁ ସ୍ମାର୍ଟ ବସ୍‌ଷ୍ଟାଣ୍ଡ କରିବାକୁ ୫୦୦ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଗତ ଏପ୍ରିଲ ୩୦ତାରିଖରେ ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥଙ୍କୁ ପ୍ରଦାନ କରାଯାଇଥିଲା । ଯଦି ସ୍ମାର୍ଟ ବସ୍‌ଷ୍ଟାଣ୍ଡ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ, ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଥିଲା । ଡାବୁଗାଁରେ ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ୧ ଏକର ୧୨ ସେଣ୍ଟ ଜମିର ଆବଶ୍ୟକତା ରହିଛି । ଡାବୁଗାଁ ରାଜସ୍ବ ବିଭାଗ ତରଫରୁ ନୁଆ ବସ୍‌ଷ୍ଟାଣ୍ଡ ରେ ଆବଶ୍ୟକୀୟ ଜମି ଦେବା ନିମନ୍ତେ ପୂର୍ବରୁ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ସ୍ଥାନରେ ସରକାରୀ ଜମିକୁ କିଛି ଲୋକ କୋଠାବାଡ଼ି କରି ଜବରଦଖଲ କରି ରଖିଛନ୍ତି । ପୂର୍ବରୁ ନୁଆ ବସ୍‌ଷ୍ଟାଣ୍ଡ ର ଖାତା ନଂ – ୪୬୪ ଏବଂ ପ୍ଲଟ୍ ନଂ – ୧୧୩୫ରେ ଜମି ଅଧିଗ୍ରହଣ ପାଇଁ ସ୍ଥାନ ଚିହ୍ନଟ ପ୍ରକ୍ରିୟା ସରି ଯାଇଛି । ରାଜସ୍ବ ବିଭାଗ ତରଫରୁ ଗତ ମାର୍ଚ୍ଚ ୩୦ ଓ ଏପ୍ରିଲ ୨ତାରିଖରେ ୨୩ ଜଣ ସରକାରୀ ଜମି ଜବରଦଖଲକାରୀଙ୍କୁ ତହସିଲଦାରଙ୍କ ନିକଟରେ ହାଜିର ନିମନ୍ତେ ନୋଟିସ ଜାରି କରାଯାଇଥିଲା । ଜମି ଖାଲି କରାଯିବା ପରେ ପୁଲିସ ହାଉସିଂ ବୋର୍ଡ ତରଫରୁ ନୂତନ ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣା ପଡ଼ିଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More