ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ

4

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ଜୟନ୍ତୀ ନଗରସ୍ଥିତ ହନୁମାନ ମନ୍ଦିର ଠାରେ ଶ୍ରୀ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳୁ ଭକ୍ତମାନଙ୍କ ଦ୍ଵାରା କଳସୀ ଶୋଭାଯାତ୍ରା ମା ଠାକୁରାଣୀ ମନ୍ଦିର ବନ୍ଧ ରୁ କଳସରେ ପାଣି ବାଦ୍ୟ ନାଦ ର ତାଳେ ତାଳେ ମହା ଆନନ୍ଦରେ ଅଣାଯାଇଥିଲା l ଶ୍ରୀ ହନୁମାନ ଜୀଙ୍କ ସାମନାରେ ଜୟନ୍ତୀ ଉପଲକ୍ଷେ ହୋମର ଆୟୋଜନ ହୋଇଥିବା ବେଳେ ମୁଖ୍ୟ ପୂଜକ ଚୈତନ୍ୟ ଦାଶଙ୍କ ସହ ଗୋବିନ୍ଦ ପଣ୍ଡା ସହଯୋଗ କରିଥିଲେ l ଏଥିରେ କର୍ତ୍ତା ଭାବେ ଅଭୟ କୁମାର ଜେନା, ତାଙ୍କ ସହଧର୍ମିଣୀ ଗୀତାଞ୍ଜଳି ଜେନା ଓ ଦେବରାଜ ପାତ୍ର(ସାନ ବାବୁ)ପ୍ରମୂଖ ଦାୟିତ୍ଵ ତୁଲାଇଥିଲେ l ମନ୍ଦିର କମିଟି ତରଫରୁ ଅନ୍ୟୁନ ଏକ ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ପଣା ଓ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ସହ ବିଭିନ୍ନ ଗ୍ରାମରୁ ବହୁ ଭକ୍ତ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉତ୍ସବ ମୁଖର କରାଇଥିଲେ l ସେହିପରି ବାଗବେଡା ମା ତାରେଣୀ ପିଠରେ ପଣା ଓ ଅନ୍ୟୁନ ଏକ ହଜାର ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କମିଟି ର କର୍ମକର୍ତ୍ତା ମାନଙ୍କ ଦ୍ଵାରା କରାଯାଇଥିଲା, ତେବେ ଦୁଇଟି ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇ ଥିବା ବେଳେ ସମସ୍ତ ଦେବାଳୟରେ ଭକ୍ତମାନଙ୍କ ର ଗହଳି ପରିଲକ୍ଷିତ ହୋଇଥିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More