ଡାବୁଗାଁରେ ଶ୍ରୀ ଜଗନ୍ନାଥଙ୍କ ନେତ୍ର ଉତ୍ସବ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : –  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ସୋମବାର ଶ୍ରୀ ଜିଉ ଙ୍କ ନେତ୍ର ଉତ୍ସବ ପାଳନ ସହ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜକ ମହେଶ ପଣ୍ଡା ଓ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ । ଉତ୍ସବ ରେ କର୍ତ୍ତା ଭାବେ ଜି ଭେଙ୍କେଟେଶ୍ଵର ରାଓ ନେତ୍ର ଉତ୍ସବ ରେ ଯୋଗଦାନ କରିଥିଲେ । ଏହି ଅବସରରେ ଡାବୁଗାଁ ଜଗନ୍ନାଥ ମନ୍ଦିର କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଏହି ଉତ୍ସବରେ ସହଯୋଗ କରିଥିଲେ । ମଙ୍ଗଳବାର  ରଥଯାତ୍ରା ଅନୁଷ୍ଠିତ ହେବ ରଥରେ ବସି ୩ ଠାକୁର ସମସ୍ତ ଭକ୍ତଙ୍କୁ ଦର୍ଶନ ଦେଇ ମାଉସୀ ମା ମନ୍ଦିର ରେ ବିଜେ ହେବେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଳକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More