ଡାବୁଗାଁରେ ରଥଯାତ୍ରା ପାଳିତ

31

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ଶ୍ରୀମନ୍ଦିରରେ ୩ ଠାକୁରଙ୍କ ରୀତିନୀତି ପରେ ପହଣ୍ଡି କରି ରଥକୁ ନିଆଯାଇଥିଲା | ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ଦଇତାପତି ଭାବେ ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, ଗୋପାଳ ପାତ୍ର, ପ୍ରଦୀପ ସାହୁ, ରଞ୍ଜନ ମିଶ୍ର ଓ ସୁଜିତ କୁମାର ପାତ୍ର ପ୍ରମୁଖ ୩ ଠାକୁରଙ୍କୁ ପହଣ୍ଡି କରାଇଥିଲେ |ପହଣ୍ଡି ବେଳେ ପଡୋଶି କଳାହାଣ୍ଡି ଜିଲ୍ଲା ଚିଲିଗୁଡା ଓ ବିଜମରା ରୁ କିର୍ତ୍ତନ,ପାପଡାହାଣ୍ଡି ବ୍ଲଜ ସିଙ୍ଗିଗୁଡା ଓ ଡାବୁଗାଁର କିର୍ତ୍ତନ ଦଳଙ୍କ କିର୍ତ୍ତନରେ ଜନ ସମାଗମ ବେଶ୍ ମନୋରମ ହୋଇ ଭକ୍ତିମୟ ପରିବେଶ ସ୍ରୁଷ୍ଟି ହୋଇ ଉଠି ଥିଲା।ଡାବୁଗାଁ ତହସିଲଦାର ତଥା ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ସନ୍ଧ୍ୟା ସମରଥ ରାଜା ଭାବେ ରଥରେ ଛେରା ପହଁରା କରିଥିଲେ | କୁନୁ ପାତ୍ର ଡାହୁକ ଡାକଦେବାପରେ ଭକ୍ତମାନେ ରଥ ଟାଣି ନେଇଥିଲେ | ଭଗବାନ ଖୁଣ୍ଟିଆ ନନ୍ଦିଘୋଷ ରଥର ସାରଥି ଦାୟିତ୍ଵ ନିର୍ବାହ କରିଥିଲେ | ରାତ୍ରି ଆଠ ଘଣ୍ଟା ରେ ରଥ ମାଉସୀମା ମନ୍ଦିରରେ ପହଞ୍ଚିଥିଲା | ଏଥିରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଭରପ୍ରାପ୍ତ ଥାନା ଅଧିକାରି ଅଭିମନ୍ୟୁ ଦୂର୍ଗା, ଉପ-ନିରିକ୍ଷକ କୁଳ ଭୂଷଣ ସାହୁ ଓ ମେନକା ସା, ଏଏସଆଇ ଶିଶିରକାନ୍ତ ଘୋଷ ଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଏହା ସହ ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ ପଖନାଗୁଡା ଗ୍ରାମରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More