ଡାବୁଗାଁରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

39

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ପାଳନନିମନ୍ତେ ପ୍ରସ୍ତୁତି ବୈଠକ ଡାବୁଗାଁ ବିଡ଼ିଓ ଶରତ ମାଝୀଙ୍କ ଅଧକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୩ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲ। l ଏଥିରେ ଚଳିତ ବର୍ଷ ରଥଯାତ୍ରା କିପରି ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ସହ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଏଥିରେ ମନ୍ଦିର କମିଟିର ସଦସ୍ୟମାନେ ଜି. ସାଇ ରାଜୁ, ଏମ୍. ଆପ୍ପା ରାଓ, ଦେବରାଜ ପାତ୍ର, ଭଗବାନ ମହାନ୍ତି, ସୁରେନ୍ଦ୍ର କୁମାର ମିଶ୍ର, ବାବି ଜେନା, ଭଗବାନ ଖୁଣ୍ଟିଆ, କୁନୁ ପାତ୍ର, ରାମାରାଓ ଚୌଧୁରୀ, ପ୍ରକାଶ ରାଓ, ବୁଲୁ ମହାଙ୍କୁଡ, ପୂଜକ ନବୀନ ପାଢୀ, ଲକ୍ଷ୍ମୀକାନ୍ତ ରଥ ପ୍ରମ୍ମୁଖଙ୍କ ଉପସ୍ଥିତି ରେ ଆଲୋଚନା ହୋଇଥିଲା । ରଥଯାତ୍ରା ପୂର୍ବରୁ ଚାଲିଥିବା ରାସ୍ତା କାମ ସରି ନଥିବା ଏକ ବଡ଼ ସମସ୍ୟା ହେବ ବୋଲି ଆଲୋଚନା କରାଗଲା । ଏ ବିଷୟରେ ସମ୍ପୃକ୍ତ ଠିକାଦାରଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିଲା, କିନ୍ତୁ ଯୋଗାଯୋଗ ହୋଇ ପାରିନଥିଲା । ଯଥାଶୀଘ୍ର ଠିକାଦାର ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କରାଯିବ ବୋଲି ବିଡ଼ିଓ ଶ୍ରୀ ମାଝୀ ସୂଚନା ଦେଇଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More