ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ରାଜ୍ୟ ପରିବହନ ପ୍ରାଧିକରଣ ଓ ଭାରତୀୟ ରେଡକ୍ରସ ସୋସାଇଟ ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୁଲ୍ୟରେ ରକ୍ଷକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ନବରଙ୍ଗପୁର ଜିଲା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିଭୁ ରଞ୍ଜନ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୋଟର ଯାନ ନିରିକ୍ଷକ ଉପେନ୍ଦ୍ର ପୁଷିକା ଯୋଗ ଦେଇ ରକ୍ଷକ ପ୍ରଶିକ୍ଷଣ ର ଆଭିମୁଖ୍ୟ, ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ, ଗୁଡସମରିଟନ ନୀତି, ସୋଲସିୟମ ପାଣ୍ଠି ଯୋଜନା, ମୋଟର ଯାନ ଆଇନର ବିଭିନ୍ନ ଧାରା ଉପରେ ଆଲୋକ ପାତ କରିଥିଲେ | ଏଥିରେ କାର୍ଯ୍ୟକ୍ରମ ସଂଯୋଜକ ତଥା ନାରାୟଣ ପାଇକରାୟ ଓ ଇନ୍ଦ୍ର ମାଳୀ ଯୋଗ ଦେଇ ଜୀବନ ରକ୍ଷାକାରୀ ପ୍ରଣାଳୀ, ରକ୍ତ ସ୍ରାବ ଏବଂ ଅସ୍ଥି ଭଗ୍ନର ଉପଚାର ବିଷୟରେ ତାଲିମ ପ୍ରଦାନ କରିଥିଲେ | ଲାଷ୍ଟ ମାଇଲ କନେକ୍ଟ ଭୁବନେଶ୍ଵର ଶାଖାର ସମୀର ରଞ୍ଜନ ରାୟ ଓ ସାଥି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ଟ୍ରାକ୍ଟର ମାଲିକ ସଂଘ ସଭାପତି ଶୁଭଜିତ ପାଣିଗ୍ରାହୀ, ସମ୍ପାଦକ ଜିତେନ୍ଦ୍ର କୁମାର ଅଞ୍ଜାଙ୍ଗୀ, ଡ୍ରାଇଭର ମହାସଂଘ ସଭାପତି ସନ୍ତୋଷ କୁମାର ଭତ୍ରା, ମୋଟର ଚାଳକ ସଂଘ ସଭାପତି ରାହୁଲ ରାୟପାତ୍ର, ବିଭିନ୍ନ ଦୋକାନୀ, ସାଧାରଣ ଜନତା, ଗାଡି ଚାଳକ, ହୋଟେଲ ବ୍ୟବସାୟୀ ପ୍ରମୁଖ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ସ ନିଉଜ୍।