ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

35

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ, (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ସରକାର ଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାରେ ୧୧ ଜଣ ମିଶନ ଶକ୍ତି କର୍ମୀ ଙ୍କୁ ସ୍କୁଟର ବୁଧବାର ବଣ୍ଟନ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ଯୋଗ ଦେଇ ଗାଡି ଗୁଡିକ ପ୍ରଦାନ କରିଥିଲେ | ଏଥିରେ ବ୍ଲକର ଏମ.ବି.କେ-୯ ଜଣ, ବି.ସି.ଏ-୧ ଜଣ ଓ ବ୍ୟାଙ୍କମିତ୍ର ୧ ଜଣ ମୋଟ ୧୧ ଜଣ ଙ୍କୁ ସ୍କୁଟର ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ସିଡିପିଓ ମିନତୀ ଦାଶ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଅଙ୍ଗନୱାଡି ସୁପରଭାଇଜର ରୋଜାଲିନୀ ପ୍ରଧାନ, କେସିସି ବ୍ୟାଙ୍କ ସୁପରଭାଇଜର ବିଶ୍ଵମ୍ବର ମାଳୀ,କେ ସି ସି ବ୍ୟାଙ୍କ ଡାଇରେକ୍ଟର ସାଲିମ ଧର ଭତ୍ରl, ଡାବୁଗାଁ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ହରିବନ୍ଧୁ ମିର୍ଗାନ, ମିଶନ ଶକ୍ତି ବିପିଏ ନବୀନ ଭତ୍ରା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ମିଶନ ଶକ୍ତି କର୍ମୀ ମାନେ ଯୋଗ ଦେଇଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More