ଡାବୁଗାଁରେ ମା ‘ଠାକୁରାଣୀ ଘର ଘର ବୁଲି ଭକ୍ତ ମାନଙ୍କୁ ଦେଲେ ଦର୍ଶନ

15

Get real time updates directly on you device, subscribe now.

ନବରଙ୍ଗପୁର:(ସଂଘର୍ଷ ମିଡିଆ) : – )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୂମାରେ ମହାଆଡମ୍ବର ସହକାରେ ମା ଠାକୁରାଣୀଙ୍କ କଳସ ଯାତ୍ରା ପାଳିତ ହୋଇଯାଇଛି l ୨୨ ତାରିଖ ସନ୍ଧ୍ଯାରେ କୃଷି ଫାର୍ମ ପରିସରରେ ଥିବା ମା ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରାରେ ଶତାଧିକ ମହିଳା କଳସ ମୁଣ୍ଡାଇ ଗ୍ରାମ ପରିକ୍ରମା କରିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ବହୁ ସଂଖ୍ୟାରେ ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା l ମାଙ୍କୁ ଆଣିବା ପାଇଁ କମିଟି ତରଫରୁ ଆତସବାଜି ଫୁଟାଇ, ବିଭିନ୍ନ ପ୍ରକାର ନୃତ୍ୟ ଗୀତ ସହ ବିଭିନ୍ନ ରୂପରେ ସଜେଇ ହୋଇ ତାଙ୍କର ପରାକ୍ରମ ଦର୍ଶକ ଙ୍କୁ ପ୍ରଦର୍ଶିତ କରି ସମସ୍ତଙ୍କୁ ଖୁସି କରାଇଥିଲେ l ରାତ୍ର ଦଶ ଘଣ୍ଟାରେ କଳସୀ ମଣ୍ଡପରେ ପହଞ୍ଚିଥିଲେ l ମାଙ୍କୁ କଳସୀ ମଣ୍ଡପରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା l୨୩ ତାରିଖ ଅପରାହ୍ନ ରୁ ଡାବୁଗାଁ ଓ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ବିଭିନ୍ନ ଗ୍ରାମକୁ ଯାଇ ପ୍ରତି ଘର ଘର ବୁଲି ଭୋଗ ନୈବେଦ୍ୟ ଗ୍ରହଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇ ଆଶିର୍ବାଦ କରି ଥାଆନ୍ତି l ଗୋଟିଏ ଥର ଯାଇ ଭକ୍ତମାନଙ୍କୁ ପ୍ରଥମେ ଦର୍ଶନ ଦିଅନ୍ତି, ପୁଣି ନଅ ଦିନ ଭିତରେ ଭକ୍ତମାନଙ୍କ ପାଖରୁ ପୁଣି ଥରେ ମେଲାଣି ନେଇ ଆଶିର୍ବାଦ ଦେଇ ଯାତ୍ରା ଶେଷ କରି ମନ୍ଦିରକୁ ଫେରି ଆସି ଥାଆନ୍ତି ମା ଠାକୁରାଣୀ l ମାଙ୍କ ଆଗମନକୁ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଘର ଆଗରେ ଝୋଟି ର ଚିତା ବେଶ୍ ସୁନ୍ଦର ଭାବେ ପକାଇ ଭୋଗ ନୈବେଦ୍ୟ ଦେବା ସହିତ କେହି କେହି ମାଙ୍କୁ ପଣା ଦେଇଥାଆନ୍ତି l ଆଗ୍ରହ ସହକାରେ ଭକ୍ତବୃନ୍ଦ ଭକ୍ତିଭାବରେ କରି ଥାଆନ୍ତି l ବାଦ୍ୟ ନାଦ,ଘଣ୍ଟ ନାଦରେ ମାଙ୍କ ପ୍ରତୀକ କଳସ ସମସ୍ତଙ୍କ ଘରକୁ ଘର ବୁଲିବା ବେଶ୍ ଆକର୍ଷଣୀୟ ହୋଇ ଉଠିଥିଲା l ମା ଙ୍କ ସାଥିରେ ପୂଜାରୀ, ଶିରା ପ୍ରମୂଖ ଅନ୍ୟମାନେ ସହଯୋଗ କରିଥିଲେ l ନବ ଦିନ ଶେଷ ହେଲେ ମାଙ୍କୁ ପୁଣି ବାଦ୍ୟନାଦ ସହ ମହା ପଟୁଆରରେ ନେଇଯିବେ ମାଙ୍କ ମନ୍ଦିରକୁ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More