ଡାବୁଗାଁରେ ମା ‘ଠାକୁରାଣୀଙ୍କ କଳସ ଯାତ୍ରା ମହାଆଡ଼ମ୍ବରରେ ପାଳିତ

15

Get real time updates directly on you device, subscribe now.

ନବରଙ୍ଗପୁର(ସମଘର୍ଷ ମିଡିଆ) : – )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୂମାରେ ମହା ଆଡମ୍ବର ସହକାରେ ମା ଠାକୁରାଣୀଙ୍କ କଳସ ଯାତ୍ରା ପାଳିତ ହୋଇଯାଇଛି l ଗତ କାଲି ସନ୍ଧ୍ୟାରେ କୃଷି ଫାର୍ମ ପରିସରରେ ଥିବା ମା ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରାରେ ଶତାଧିକ ମହିଳା କଳସ ମୁଣ୍ଡାଇ ଗ୍ରାମ ପରିକ୍ରମା କରିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ବହୁ ସଂଖ୍ୟାରେ ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା l ମା ଙ୍କୁ ଆଣିବା ପାଇଁ କମିଟି ତରଫରୁ ଆତସବାଜି ଫୁଟାଇ, ବିଭିନ୍ନ ପ୍ରକାର ନୃତ୍ୟ ଗୀତ ସହ ବିଭିନ୍ନ ରୂପରେ ସଜେଇ ହୋଇ ତାଙ୍କର ପରାକ୍ରମ ଦର୍ଶକଙ୍କୁ ପ୍ରଦର୍ଶିତ କରି ସମସ୍ତଙ୍କୁ ଖୁସି କରାଇଥିଲେ lଉକ୍ତ କଳସ ଯାତ୍ରା କୁ ଦେଖିବା ପାଇଁ ରାସ୍ତାର ଦୁଇପାର୍ଶ୍ବରେ ଶହଶହ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଥିଲା l ମାଙ୍କୁ କୃଷି ଫାର୍ମ ଠାରୁ ରାଜ୍ୟ ରାଜ ପଥ-୩୯ ଉପରେ ପହଁଞ୍ଚି ମା ତାରେଣୀ ମନ୍ଦିର ଚାରି ଛକ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଛକ ଓ ପାତ୍ର ସାହି ଦେଇ କଳସ ମଣ୍ଡପ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ନାଚି ନାଚି ରାତ୍ର ଦଶ ଘଣ୍ଟାରେ ପହଞ୍ଚିଥିଲେ l ଶୋଭାଯାତ୍ରା ରେ ତୁଷାର୍ତ୍ତ ନ ହେବା ପାଇଁ ମା ତାରେଣୀ ମନ୍ଦିର ସାମନାରେ ଡାବୁଗାଁ ଡ୍ରାଇଭର ମହା ସଂଘ ର ପଞ୍ଚୁ ପାଣ୍ଡବ ଭାଇ ମାନଙ୍କ ଦ୍ଵାରା ପାଞ୍ଚ ହଜାର ଭକ୍ତ ମାନଙ୍କ ପାଇଁ ସୁସ୍ୱାଦୁ ପଣା ର ବ୍ୟବସ୍ଥା କରିଥିଲେ l ଗତ କାଲି ଠାରୁ ନଅ ଦିନ ଧରି ମା ଠାକୁରାଣୀ କଳସ ମଣ୍ଡପରେ ରହି ପୂଜା ପାଇବାକୁ ଥିବା ବେଳେ ପ୍ରତିଦିନ ମା ଡାବୁଗାଁ, ଡଙ୍ଗରିଗୁଡ଼ା ପଞ୍ଚାୟତର ପ୍ରତ୍ୟେକ ସାହି ବୁଲି ପ୍ରତ୍ୟେକଙ୍କ ଘରକୁ ଯାଇ ପୂଜା ପାଇବା ସହ ପ୍ରତ୍ୟେକ ଙ୍କୁ ଆଶିର୍ବାଦ ପ୍ରଦାନ କରିବେ l ମାଙ୍କ ଯାତ୍ରାକୁ ବେଶ୍ ଅକର୍ଷଣ କରିବା ପାଇଁ କମିଟି ତରଫରୁ ଆକର୍ଷଣୀୟ ଗେଟ୍ ସହ ଆଲୋକ ମାଳାରେ ଝଲସେଇ ଦେଉଛି ଏଇ ମଣ୍ଡପ l ପ୍ରତ୍ୟେକ ଦିନ ରାତ୍ରିରେ ଭକ୍ତମାନଙ୍କ ମନୋରଞ୍ଜନ ନିମିତ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଆହୁରି ଏକ ଅକର୍ଷଣ ହେଉଛି ଭୈରବ ମନ୍ଦିର ସାମନାପଡିଆ ରେ ଆସିଥିବା ମୀନା ବଜାର ମଧ୍ୟ ଯାତ୍ରା ଶେଷ ପର୍ଯ୍ୟନ୍ତ ରହିବ l ଏହାର ମଜା ନେବେ ଶ୍ରଦ୍ଧାଳୁ ଭକ୍ତମାନେ l ଉକ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ୍ ଆଇ ଚନ୍ଦନ ସାହୁ,ଏ ଏସ୍ ଆଇ ଚନ୍ଦ୍ର ଶେଖର ହଜାରୀ, ହାବିଲଦାର ଶିବ ଶଙ୍କର ଭଞ୍ଜ ପ୍ରମୂଖଙ୍କ ସହ ହୋମ ଗାର୍ଡ ବ୍ୟାପକ ମୁତୟନ କରାଯାଇ ଥିଲା l କମିଟିର ସଭାପତି ସତ୍ୟରଞ୍ଜନ ପାତ୍ର, ଉପ ସଭାପତି ତଥା ଡାବୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ବିନୋଦ ସଉରା ସମ୍ପାଦକ ରଘୁନାଥ ପାତ୍ର (କୁନୁ), କୋଷାଧ୍ୟକ୍ଷ ସୁରେନ୍ଦ୍ର ରେଲିଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରି ଶାନ୍ତି ଶୃଙ୍ଖଳା ରେ ସମାପନ ହୋଇଥିଲା l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More