ଡାବୁଗାଁରେ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

15

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଡାବୁଗାଁ ବ୍ରାହ୍ମଣ ସମାଜର ଏକ ବୈଠକ ସମାଜ ସଭାପତି ଧୀରେନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ରାହ୍ମଣ ପରିବାରର କୌଣସି ମୃତ କାର୍ଯ୍ୟ ହେଲେ ସମାଜର ସଭାପତିକୁ ଦରଖାସ୍ତ ଦେବାକୁ ପଡିବ, ବ୍ରାହ୍ମଣ ମାନଙ୍କର ସଭା ଆରମ୍ଭ ବୈଦିକ ମନ୍ତ୍ର ଉଚାରଣ କରି ସଭା ଆରମ୍ଭ ହେବ, ପରବର୍ତ୍ତୀ ବୈଠକ ଡିସେମ୍ବର ୨୫ ତାରିଖରେ ହେବା ନେଇ ନିଷ୍ପତି ହୋଇଛି ଓ ଏହି ବୈଠକରେ ନୂତନ କମିଟି ଗଠନ କରାଯିବ | ଏହି ବୈଠକରେ ସମ୍ପାଦକ ଶରତ ଚନ୍ଦ୍ର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରକାଶ ମହାପାତ୍ର, ଉପଦେଷ୍ଟା ଗୋଦାବରିଶ ମହାପାତ୍ର, ସୁରେନ୍ଦ୍ର କୁମାର ମିଶ୍ର, କାଶୀନାଥ ତ୍ରିପାଠୀ, ଗୋବିନ୍ଦ ପଣ୍ଡା, ଅଜୟ ବଲ୍ଲଭ ପଣ୍ଡା, ପୁପୁନ ପଣ୍ଡା, ସରୋଜ ମିଶ୍ର, ରାଜେନ୍ଦ୍ର ମିଶ୍ର, ଶିବ ପ୍ରସାଦ ମିଶ୍ର, ମନମଥ ପଣ୍ଡାଙ୍କ ସମେତ ପ୍ରାୟ ୪୦ରୁ ଊର୍ଦ୍ଧ୍ଵ ବ୍ରାହ୍ମଣ ମାନେ ଉପସ୍ଥିତ ଥିଲେ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More