ଡାବୁଗାଁରେ ବିଶ୍ଵ ପରିବେଶ ଦିବସ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ୍ୟାଞ୍ଚଳ କାର୍ଯ୍ୟାଳୟ ପରିସରରେ ବନ୍ୟାଞ୍ଚଳ ଅଧିକାରୀ ସେତୁ ରଞ୍ଜନିଗମାଙ୍ଗୋଙ୍କ ଅଧ୍ୟକ୍ଷତାରେ ବିଶ୍ଵ ପରିବେଶ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରଥମେ ବନ୍ୟାଞ୍ଚଳ କାର୍ଯ୍ୟାଳୟରୁ ବାହାରି ଜଗତର ନାଥ ଶ୍ରୀଜଗନ୍ନାଥ ମନ୍ଦିର ପାଖରୁ ରାସ୍ତାର ଦୁଇ ପାର୍ଶ୍ବରେ ପଡିଥିବା ଅଳିଆ ଆବର୍ଜନା ସହ ପ୍ଲାଷ୍ଟିକ ବୋତଲ, ଜରି ଗୁଡିକୁ ଅଳିଆ ଡାଲାରେ ସଂଗ୍ରହ କରି ଲୋକାରଣ୍ୟ ବାହାରେ ନେଇ ପକାଇ ଥିଲେ l ଏପରିକି ଜଗନ୍ନାଥ ମନ୍ଦିର ପାଖରୁ ମାଉସୀ ମାଆ ମନ୍ଦିର ଦୁଇ ପାର୍ଶ୍ଵର ଅଳିଆ ବଡଦାଣ୍ଡକୁ ସଫା କରାଇ ଥିଲେ l ପରେ ବନ୍ୟାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଡାବୁଗାଁ ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ ଉପାଧ୍ଯକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ଯ ଗୁପ୍ତ ବିଶୋୟୀ, ଡାବୁଗାଁ ବନପାଳ ମଧୁସୂଦନ ପାତ୍ର,ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ଜଟାବାଲ ବନପାଳ ବୃନ୍ଦାବନ ମାଝୀ ସମସ୍ତ ବନ କର୍ମଚାରୀ, ବନ ସଂରକ୍ଷଣ ସମିତିର ସଭାପତି, ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ବୃନ୍ଦ ଯୋଗ ଦେଇଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାୟକ ପ୍ଲାଷ୍ଟିକ ବ୍ୟବହାର ପରେ ଏଣେ ତେଣେ ନ ପକାଇ ପୋଡି ଦେବା ପାଇଁ କହିଥିବା ବେଳେ ପ୍ରକୃତ ରେ ଜଙ୍ଗଲ ଆମର ମା, ମନୁଷ୍ୟର ବଞ୍ଚିବା ପାଇଁ ଜଙ୍ଗଲର ଆବଶ୍ୟକତା, ଜଙ୍ଗଲ କ୍ଷୟ ହେବା ଯୋଗୁଁ ପରିବେଶ ଅସନ୍ତୁଳିତ ହେଉଛି,ଏଣୁ ଜଙ୍ଗଲ କୁ ନଷ୍ଟ କରିବା ମାନେ ନିଜର ମାକୁ ହତ୍ୟା କରିବା ସମାନ ଅଟେ l ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇ ଗଛଟିକୁ ନିଜର ପିଲା ଭଳି ପାଳିବା ଦରକାର ବୋଲି ନିଜର ମତ ବ୍ୟକ୍ତ କରିଥିଲେ l ଅନ୍ୟ ଅତିଥି ମାନେ ଜଙ୍ଗଲ ରକ୍ଷା କରିବା ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ l ସରାଗୁଡା ପାଖ କେନ୍ଦୁଗୁଡା ଗ୍ରାମ ବନ ସଂରକ୍ଷଣ ସମିତିର ସଭାପତି ହୀରା ଦେଇ ଭତ୍ରା ଜଙ୍ଗଲ ଜଗିବା, ଜଙ୍ଗଲରୁ ନିଆଁ ଦାଉରୁ ରକ୍ଷା କରିବା,ନୂତନ ଜଙ୍ଗଲ ସ୍ରୁଷ୍ଟି କରି ସରକାରଙ୍କ ଠାରୁ ପୁରସ୍କାର ପାଇବା, ଛତୁ ଚାଷ କରି ଲାଭାନ୍ୱିତ ହେବା, ଜାଫ୍ରା ଗଛ ଲଗାଇ ହଜାର ହଜାର ଟଙ୍କା ଲାଭ କରିବା ଉପରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଓ ଜଙ୍ଗଲ ସୁରକ୍ଷା କରିବାକୁ
ପ୍ରୋତ୍ସାହିତ କରିଥିଲେ l ସେହିପରି ସଭାପତି, ଜଗୁଆଳି ମଧ୍ୟ ନିଜ ନିଜର ମତ ବ୍ୟକ୍ତ କରିଥିଲେ l ବନାଞ୍ଚଳ ଅଧିକାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରି ସାରିବା ପରେ ସଭା ସାଙ୍ଗ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More