ଡାବୁଗାଁରେ ବଳରାମ ମାସ ପାଳନ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ବଳରାମ ମାସ ପାଳନ ଅବସରରେ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବଳରାମ ରିକୋଭରି ମେଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷରେ ବଳରାମ ଯୋଜନାରେ ଋଣ ପ୍ରଦାନ କରାଯାଇଥିଲାl ସେମାନେ ରୁଣ ପଇଠ କରିବା, ଋଣ ପଇଠ କରିବା ପରେ ତାଙ୍କୁ ନୂତନ ଋଣ ପ୍ରଦାନ କରାଯିବା, ଡାବୁଗାଁ ଲ୍ୟାମ୍ପ୍ସରୁ ୨୦୨୨-୨୩ ଆର୍ଥିକ ବର୍ଷରେ ବଳରାମ ଯୋଜନାରେ ୪ ଟି ଜେଏଲଜି ଗ୍ରୁପକୁ ଋଣ ପ୍ରଦାନ କରାଯାଇଥିଲା | ଚଳିତ ଆର୍ଥିକ ବର୍ଷରେ ନୂତନ ଜେଏଲଜି ଗ୍ରୁପ ଗଠନ କରି ଋଣ ପ୍ରଦାନ ନିମନ୍ତେ ଲ୍ୟାମ୍ପ୍ସ ଓ ବ୍ୟାଙ୍କକୁ ଗ୍ରୁପ ଗୁଡିକର ତାଲିକା ପ୍ରଦାନ କରାଯିବା ନେଇ ଆଲୋଚନା କରାଯାଇଥିଲା | ଏହି ବୈଠକରେ ଡାବୁଗାଁ ଅତିରିକ୍ତ ତହସିଲଦାର ସତିଶ କୁମାର ବୋଇନି, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ଲ୍ୟାମ୍ପ୍ସ ପରିଚାଳକ ହରିବନ୍ଧୁ ମିର୍ଗାନ, ସମସ୍ତ କୃଷି ଅଧିଦର୍ଶକ ସୁଧାଂଶୁ କୁମାର ବରାଡ, ନୀଳକଣ୍ଠ ପଣ୍ଡା, କିଶୋର ଚନ୍ଦ୍ର ନାୟକ, ମମତା ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ସୁଶାନ୍ତ କୁମାର ରାଉତ, ଏ.ଟି.ଏମ କେ. ଉଦୟା କୁମାରୀ, କୃଷକ ସାଥୀ, ଜେଏଲଜି ଗ୍ରୁପର ସଦସ୍ୟ, ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More