ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ବ୍ଲକ ସଦରମହକୁମା ଠାରେ ଡାବୁଗାଁ ବନ ବିଭାଗ ତରଫରୁ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନର ପ୍ରଥମ ଦିନରେ ଅଗ୍ନିଶମ କେନ୍ଦ୍ର ପରିସରରେ ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଥିତ ହୋଇଯାଇଛି | ଏଥିରେ ଆମ୍ବ, ଓଉ, ପିଜୁଳି, ପଣସ, ବରକୋଳି, ବେଲ, ଚମ୍ପା, ଅମ୍ବୃତଭଣ୍ଡା, ସଜନା ଆଦି ବୃକ୍ଷ ଅଗ୍ନିଶମ ବିଭାଗ କର୍ଜ୍ୟାଳୟ ପରିସରରେ ରୋପଣ କରଯାଇଥିଲା | ଏଥିରେ ପ୍ରାୟ ୧୦୦ ଟି ଚାରା ରୋପଣ କରାଯାଇଛି | ଏଥିରେ ଭାରପ୍ରାପ୍ତ ଅଗ୍ନିସମ କେନ୍ଦ୍ର ଅଧିକାରୀ ଭାଗିରଥି ବାଣୁଆ, ଡାବୁଗାଁ ଭାରପ୍ରାପ୍ତ ବନପାଳ ପ୍ରକାଶ ସରକାର, ଅଗ୍ନିଶମ ହାବିଲଦାର ମଙ୍ଗଳଦାନ ହିକ୍କକା ଓ ଉପେନ୍ଦ୍ର କୁମାର ମହାରଣା, ବନରକ୍ଷୀ ମନୋରଞ୍ଜନ ନାୟକ, କାର୍ତ୍ତିକ ମାଝି, ଉମାଶଙ୍କର ମିଶ୍ର, ରିତାରାଣୀ ବିଶ୍ଵାସରାୟ ଓ ସରସ୍ଵତୀ ମେହେର, ଆଗ୍ନିକ ହିରୋଜ କୁମାର ବେହେରା, ହେମନ୍ତ ମାଝି, ମଳୟ କୁମାର ନାୟକ, ହେମନ୍ତ ନାୟକ, ମାନସିଂ ଶବର ଓ ଜନ୍ମେଜୟ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।