ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

90

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଭୈରବ ସ୍ନାତକ ମହାବିଦ୍ୟାଳୟ ଓ ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୋଲିଂ ଅଧିକାରୀ ମାନଙ୍କୁ ନେଇ ୪ ଦିନ ହେଲା ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି | ଏଥିରେ ୨ ଟି ସ୍ଥାନରେ ୯ ଟି କୋଠରିରେ ପ୍ରତ୍ୟେକ କୋଠରିରେ ୫୪ ଜଣ ଲେଖାଏଁ ୪୮୬ ଜଣ ପ୍ରତିଦିନ ତାଲିମ ନେଇଥିଲେ | ଏଥିରେ ନିର୍ବାଚନ ସମୟରେ ଇଭିଏମ ମେସିନ ପରିଚାଳନା ଓ ନିର୍ବାଚନୀ ସମ୍ବନ୍ଧୀୟ କାଗଜପତ୍ର କାର୍ଯ୍ୟ ପରିଚାଳନା ଉପରେ ତାଲିମ ଦିଆଯାଇଥିଲା | ଏଥିରେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକରୁ ମୋଟ ୧୯୪୪ ଜଣ ପୋଲିଂ ଅଧିକାରୀ ତାଲିମ ନେଇଥିଲେ | ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରିଜାଇଡିଂ, ଫାଷ୍ଟ ପୋଲିଂ, ସେକେଣ୍ଡ ପୋଲିଂ, ଥାର୍ଡ ପୋଲିଂ, ଫୋର୍ଥ ପୋଲିଂ ଓ ଫିଇପିଥ୍ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଥିଲା | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, କୋଷାଗୁମୁଡା ବିଡିଓ ଆଶିଷ ରଞ୍ଜନ ତ୍ରିପାଠୀ, କୋଡ଼ିଙ୍ଗା ତହସିଲଦାର ସୁବ୍ରତ ବେହେରା, ପାପଡାହାଣ୍ଡି ବିଡିଓ କପିଳଦେବ ସାହୁ, ତହସିଲଦାର ତପନ ନାୟକ, ସେକ୍ଟର ଅଧିକାରୀ, ୪ ଜଣ ଅଧ୍ୟାପକ ମାନେ ତାଲିମ ଦେଇଥିଲେ | ଡାବୁଗାଁ ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପରିଚାଳନା କରିଥିବା ବେଳେ ବ୍ଲକ ର କର୍ମଚାରୀ ମାନେ ସହଯୋଗ କରିଥିଲେ |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More