ଡାବୁଗାଁରେ ପାଗଳ କୁକୁର ଆତଙ୍କ,୨ ଦିନରେ ୪ ଆହତ ,୧ ଗୁରୁତର

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ଡାବୁଗାଁ ଅଞ୍ଚଳରେ ଗତ କିଛି ଦିନ ହେଲା ଏକ ପାଗଳ କୁକୁର ଆତଙ୍କ ଖେଳାଇଛି । ସୋମବାର ଦିନ ସକାଳ ସମୟରେ ବିକାଶ ହରିଜନ (୨୪) ଙ୍କୁ କାମୁଡି ଥିଲା ପରେ ରାତ୍ରିରେ ସନପତ ପନକା (୫୦)ଙ୍କୁ କାମୁଡି ଥିଲା । ଆଜି ମଙ୍ଗଳବାର ସକାଳ ସମୟରେ ରାଇସିଂ ପୂଜାରୀ (୪୯) , ନନ୍ଦିନୀ ଭତ୍ରା (୯)ଙ୍କୁ କାମୁଡି ବା ପରେ ଡାବୁଗାଁ ସ୍ଥିତ ଡଙ୍ଗରଗୁଡା ସାହିର ଏକ ୬ ବର୍ଷର ଶିଶୁ ସୋମନାଥ ଗୌଡ଼ (୬) ଗାଧୋଉଥିବା ସମୟରେ ଶିଶୁକୁ ଆକ୍ରମଣ କରି ତାହାର ମୁହଁ ରେ କାମୁଡିଥିଲା ପରେ ସେହି ଗ୍ରାମର ରୂପଧର କୁକୁର କବଳରୁ ଶିଶୁକୁ ରକ୍ଷା କରିଥିଲା | ପରେ ଶିଶୁ କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା | ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରଣବ ସ୍ଵର୍ଣ୍ଣକାର ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ପାଗଳ କୁକୁର ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବାରୁ ଡାବୁଗାଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More