ଡାବୁଗାଁରେ ଦିନକୁ ଦିନ ଚୋରି ବୃଦ୍ଧି, ପୋଲିସର ହାତ ଖାଲି

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ଡାବୁଗାଁ ଥାନା ସଦର ମହକୁମାସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ମଙ୍ଗଳବାର ରାତ୍ରିରେ ବିଭିନ୍ନ ଜିନିଷ ପତ୍ର ଚୋରି ହୋଇଛି । ସୂଚନାଯୋଗ୍ୟ:- ମଙ୍ଗଳବାର ରାତ୍ରିରେ ଡାବୁଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ରୋଷେଇ ଘରର ତାଲା ଭାଙ୍ଗି ପିଲାମାନଙ୍କ ପାଇଁ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଚୋରୀ ହୋଇଯାଇଛି । ବୁଧବାର ବିଦ୍ୟାଳୟ ଖୋଲିବା ପରେ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତକାରୀ ରୋଷେୟା ରୋଷେଇ ଘରକୁ ଯାଇ ଦେଖିଥିଲେ ଯେ ଘରର ତାଲା ଭଙ୍ଗା ଯାଇଛି । ଭିତରକୁ ଯାଇ ଦେଖିଥିଲେ ଯେ ସମସ୍ତ ସାମଗ୍ରୀ ଚୋରୀ ହୋଇଯାଇଛି | ଏନେଇ ରୋଷେୟା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ଏହାପରେ ସମସ୍ତ ଶିକ୍ଷୟତ୍ରୀ ମାନେ ଯାଇ ଦେଖିଥିଲେ ଯେ ସମସ୍ତ ଜିନିଷପତ୍ର ଚୋରୀ ହୋଇଯାଇଛି । ଏଥିରେ ୨ଟି ଗ୍ୟାସ ହାଣ୍ଡି, ଗ୍ୟାସ ଚୁଲା, ୪ଟି ହଣ୍ଡା, ୧ ଟି କଢେଇ ଓ ବିଭିନ୍ନ ରୋଷେଇ ସାମଗ୍ରୀ ଚୋରୀ ହୋଇଯାଇଛି । ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନିହାଲ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି । ଦିନକୁ ଦିନ ଡାବୁଗାଁ ଅଞ୍ଚଳରେ ଚୋରି ର ମାତ୍ରା ବଢ଼ିବାରେ ଲାଗିଛି । ଚୋର ପୋଲିସ କୁ ଓପେନ ଚ୍ୟାଲେଞ୍ଜ ଦେଉଛି ନା ପୋଲିସ ଚୋର ଲୁଚକାଳି ଖେଳ ଚାଲିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଏହା ପୂର୍ବରୁ ଉକ୍ତ ବିଦ୍ୟାଳୟରେ ୯.୪.୨୨ ତାରିଖ ଦିନ ୨ ଟି ଘରର ଝରକା, କବାଟ ଓ ୨୯.୭.୨୨ ତାରିଖ ଦିନ ୨ଟି ଝରକା ଚୋରୀ ହୋଇଥିଲା । ୧୫ ଦିନ ପୂର୍ବରୁ ଡାବୁଗାଁ ବଜାର ଉପରେ ପୋଲିସ ବିଟ ହାଉସକୁ ଲାଗିକରି ଥିବା ଏକ ମୋଟର ପାର୍ଟ୍ସ ଦୋକାନର କାନ୍ଥ ଖୋଳି ଚୋର ଚୋରୀ କରି ନେଇଥିବା ବେଳେ ୩.୮.୨୨ ଦିନ ଜୟନ୍ତୀନଗର ସ୍ଥିତ ହରିକୃଷ୍ଣ ନାୟକଙ୍କ ଫାଟକ ଭାଙ୍ଗି ଏକ ମୋଟରସାଇକେଲ ଚୋରୀ ହୋଇଥିଲା । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More