ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ, ଭୈରବ ସ୍ନାତକ ମହାବିଦ୍ୟାଳୟ ଗୁଡିକରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି | ଏଥିରେ ପ୍ରଥମେ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ସ୍ମୃତି ଚାରଣ କରିଥିଲେ | ଏହି ଅବସରରେ ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଜୟନ୍ତୀନଗର ଛକରେ ଥିବା ଗାନ୍ଧୀ ପାର୍କ ମଧ୍ୟରେ ଥିବା ଜାତିରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବ୍ଲକ ପ୍ରଶାସନ ତରଫରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ ପୁଷ୍ପମାଲ୍ୟ ଦେଇ ଧୂପ ଲଗାଇ ସ୍ମୃତି ଚାରଣ କରିଥିଲେ | ଏହାସହ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମାନେ ମଧ୍ୟ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ ସହ ଧୂପ ଲଗାଇ ସ୍ମୃତି ଚାରଣ କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l