ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ – ଉମରକୋଟ ମୁଖ୍ୟ ରାଜ୍ୟ ରାଜ ପଥ–୩୯ ରାସ୍ତାରେ ଥାନା ସମ୍ମୁଖରେ ବୁଧବାର ଗାଡି ମୋଟରଯାଞ୍ଚ କରାଯାଇଛି | ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଗାଡି ମୋଟର ଯାଞ୍ଚ କରାଯାଇଛି | ଏଥିରେ ହେଲମେଟ, ଇନସୁରାନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇ ଥିଲା | ଉକ୍ତ ଯାଞ୍ଚରେ ଯାହାର କାଗଜପତ୍ରରେ ତ୍ରୁଟି ଥିବା ଯୋଗୁ ଜୋରିମାନା ଆଦାୟ କରାଯାଇଥିଲା | ଏଥିରେ ଆନୁମାନିକ ମୋଟ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରଯାଇଥିଲା | ଏହି ଯାଞ୍ଚ ସମୟରେ ଏଏସଆଇ ଶତଦଳ ମଣ୍ଡଳ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l