ଡାବୁଗାଁରେ ଅଗ୍ନିଶମ ସଂସ୍ଥା ଦ୍ଵାରା ଅଗ୍ନି ସେବା ସପ୍ତାହ ପାଳିତ

5

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ସ୍ଥିତ ଅଗ୍ନିଶମ କେନ୍ଦ୍ର ପରିସରରେ ଅଗ୍ନି ସେବା ସପ୍ତାହ ପାଳିତ ହୋଇଯାଇଛି ଏହି ଅବସରରେ ଅଗ୍ନିଶମ କେନ୍ଦ୍ର ର ଅଗ୍ନିଶମ ଅଧିକାରୀ ହିମାଂଶୁ ଶେଖର ନାୟକଙ୍କ ନେତୃତ୍ଵରେ ସମସ୍ତ କର୍ମଚାରୀମାନେ ଦମକଳ ଗାଡି ନେଇ ଚାଲି ଚାଲି ଅଗ୍ନି ନିରାପତ୍ତା ଉପରେ ସ୍ଲୋଗାନ ଦେଇ ଡାବୁଗାଁ ସହର ପରିକ୍ରମା କରି କାର୍ଯ୍ୟାଳୟରେ ପହଞ୍ଚି ଥିଲେ l ଅଗ୍ନି ସେବା ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ଅଗ୍ନି ବିପତ୍ତିରୁ ସୁରକ୍ଷା ପାଇବା ହେଉଛି ମୂଳ ଲକ୍ଷ୍ୟ l ତତ୍ ପରେ ଡାବୁଗାଁ ର ପେଟ୍ରୋଲ ପମ୍ପରେ ପହଁଞ୍ଚି କର୍ମଚାରୀ ମାନଙ୍କୁ ଅଗ୍ନି ନିରାପତ୍ତା ଉପରେ ସଚେତନତା କରିଥିଲେ l ଏହି ସଚେତନତା ପରିକ୍ରମାରେ ଏଲ୍ ଏଫ୍ ଏମ୍ ଉପେନ୍ଦ୍ର କୁମାର ମହାରଣା, ଏଫ୍ ଏମ୍ ଡି ମଙ୍ଗଳ ଦାନ ହିକ୍କକା,ଆଗ୍ନିକ ହେମନ୍ତ କୁମାର ମାଝୀ, ହେମନ୍ତ ନାୟକ, ଜନ୍ମେଜୟ ପଟେଲ ପ୍ରମୂଖ ସାମିଲ ହୋଇ ସହଯୋଗ କରିଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More