ଡାକ୍ତର ବି ଆର ଆମ୍ବେଦକରଙ୍କ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳିତ

32

Get real time updates directly on you device, subscribe now.

ନବତଙ୍ଗପୁର (ସଂଘର୍ଷ ମିଡିଆ ) : ଡାବୁଗାଁ ବ୍ଲକ ଅଧିନସ୍ଥ ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଡାବୁଗାଁ ସଭାଗୃହ ରେ ଡକ୍ଟର ବି ଆର ଆମ୍ବେଦକରଙ୍କ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ଧୁମ ଧାମରେ ପାଳିତ ହୋଇ ଯାଇଛି।ପ୍ରଥମେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟା ଅର୍ପଣ ଓ ଧୂପ ଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା।ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ୱାଇଁଙ୍କ ସଭାପତିତ୍ଵରେ ଅଧ୍ଯକ୍ଷା କିରଣ ମାଳା ତିର୍କି ଉପସ୍ଥିତ ରହି ଥିବା ବେଳେ ଛାତ୍ରୀ ମାନଙ୍କ ମଧ୍ୟରେ ଅମିତା ଭତ୍ରା, ବନ୍ଦିତା ସୁନାନି,ଚାନ୍ଦିନୀ ଯାନୀ, କୁମାରୀ ମେହେରା,ମହାନ୍ତି ଗଣ୍ଡ, ସବିତା ହଲବା ଓ କମଳା ବାଇ ଗଣ୍ଡ ଆମ୍ବେଦକର ଓ ଓଡ଼ିଆ ନବ ବର୍ଷ ସମ୍ବନ୍ଧରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ତିର୍କି ଆମ୍ବେଦକର ଙ୍କ ଜୀବନୀ ଉପରେ ଛତ୍ରିମନଙ୍କୁ ବୁଝାଇ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଉପଦେଶ ଦେଇଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ଓଡ଼ିଆ ନବ ବର୍ଷ,ମହା ବିଶୁ ବ୍ ସଙ୍କ୍ର୍ଲାନ୍ତି ସମ୍ବନ୍ଧରେ ଛାତ୍ରୀ ମାନଙ୍କୁ ବୁଝାଇବା ସହିତ ଓଡ଼ିଶାର ସଂକୃତି ଓ ପରମ୍ପରା ବିଷୟରେ ବ୍ୟାପକ ଭାବେ ବର୍ଣନା କରିଥିଲେ।ଶେଷରେ ଜିଲ୍ଲା ଓ ରଜ୍ୟସ୍ତରରେ ବକ୍ତୃତା ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଅମିତା ଭତ୍ରା ନିଜର ଅନୁଭୂତି ସମସ୍ତଙ୍କ ନିକଟରେ ବର୍ଣନା କରି ଥିଲେ।ବିଦ୍ୟାଳୟ ତରଫରୁ ରଜ୍ୟସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ଓ ଜିଲ୍ଲସ୍ତରରେ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଥିବା ଛାତ୍ରୀ ଅମିତା ଭତ୍ରା ଓ ରୁନିତା ସାନ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।ଶେଷରେ ପଣା ସଂକ୍ରାନ୍ତି ଉପଲକ୍ଷେ ପ୍ରସ୍ତୁତ କରାଯାଇ ଥିବା ସ୍ୱାଦିଷ୍ଟ ପଣା ସମସ୍ତ ଛାତ୍ରୀ,ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହ କର୍ମଚାରି ପାନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ମିସ ଇତିଶ୍ରୀ ପ୍ରଧାନ ସୁନ୍ଦର ଭାବେ ପରିଚାଳନା କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More