ଡାକ୍ତର ଦିବସରେ ଓକେସିଏଲ ଓ ଆଦର୍ଶ କୋଚିଂ ସେଣ୍ଟର ପରିବାର ତରଫରୁ ଡାକ୍ତରଙ୍କୁ ସମ୍ମାନିତ

12

Get real time updates directly on you device, subscribe now.

ହିନ୍ଦୋଳ(ସଂଘର୍ଷ ମିଡିଆ ) : ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି ବିଶ୍ବାସ କରାଯାଏ । ପ୍ରତ୍ୟେକ ବର୍ଷ ଜୁଲାଇ ୧ ତାରିଖରେ ଡାକ୍ତର ଦିବସ ପାଳିତ ହୋଇଥାଏ । ଏହି ଅବସରରେ ଓକେସିଏଲ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଓ ଆଦର୍ଶ କୋଚିଂ ସେଣ୍ଟର ଖଜୁରିଆକଟା ତରଫରୁ ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାର ବରିଷ୍ଠ ଡାକ୍ତର ଚୈତନ୍ୟ ସାହୁ ଓ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସାଗର ପ୍ରଧାନ ଓ ଅଶୋକ ପଟ୍ଟନାୟକଙ୍କୁ କେନ୍ଦ୍ର ର ପରିଚାଳକ ପ୍ରଶାନ୍ତ ଜେନାମଣି ଓ ଛାତ୍ରଛାତ୍ରୀ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଡା. ସାହୁ ଆଜିକୁ ପ୍ରାୟ ୩୫ ବର୍ଷ ହେବ ଜନସାଧାରଣ ଙ୍କ ସେବା ଯୋଗାଇ ଆସୁଛନ୍ତି । ପରିଣତ ବୟସରେ ଭାଙ୍ଗି ନଜାଇ ଜନସାଧାରଣଙ୍କ ସେବା ଯୋଗାଉଥିବାରୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି । ଏହି ଅବସରରେ ଖଜୁରିଆକଟା ଡାକ୍ତରଖାନା ସଭାଗୃହ ରେ ଏକ ସଭାର ଆୟୋଜନ କରାଜାଇଥିଲା । ସଭାରେ ଡାକ୍ତରଖାନା ର ସମସ୍ତ କର୍ମଚାରୀ ଯୋଗଦେଇଥିଲେ । କରୋନା ମହାମାରୀ ପୁଣିଥରେ ତାର କାୟା ବିସ୍ତାର କରିବାକୁ ବସିଥିବା ବେଳେ ଆଗାମୀ ଦିନରେ କିପରି ଜନ ସଚେତନତା ଓ ଚିକିତ୍ସା ଯୋଗାଇ ଦିଆଜିବ ତାକୁ ଗୁରୁତ୍ବ ଦେବା ପାଇଂ ଡାକ୍ତର ପ୍ରଧାନ ପରାମର୍ଶ ଦେଇଥିଲେ । ପରିଶେଷ ରେ ଭାରପ୍ରାପ୍ତ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ନଗେନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More