କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ସାଲେପୁର ବ୍ଳକ ର ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତରେ ୧୯୬୮ରେ ସ୍ଥାପିତ ହୋଇଥିଲା ହୋମିଓପାଥିକ ଡାକ୍ତରଖାନା ।ଏହି ଡାକ୍ତରଖାନା ଉପରେ ସାତରୁ ଦଶଟି ପଞ୍ଚାୟତର ଲୋକ ମାନେ ନିର୍ଭର କରୁଥିବା ବେଳେ କରୋନା ଆରମ୍ଭରୁ ଗେଟ୍ ରେ ତାଲା ଝୁଲୁଛି । ଗେଟ୍ ଭିତରେ ଘନ ଜଙ୍ଗଲ ହୋଇଥିବା ବେଳେ ବିଷାକ୍ତ ସାପ ବୁଲୁଥିବା ବେଳେ ଏହି ଡ଼ାକ୍ତରଖାନା ମରଣଯନ୍ତା ପାଲଟିଛି। ସ୍ଥାନୀୟ ଲୋକମାନେ କରୋନା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପାଖ ଅଞ୍ଚଳରେ ଥିବା ଡ଼ାକ୍ତରଖାନାରେ ଡାକ୍ତର ନାହାନ୍ତି ସେଥିପାଇଁ ସ୍ଥାନୀୟ ଲୋକ ମାନେ ଡାକ୍ତରଖାନାକୁ ପୁନଶ୍ଚ ଖୋଲିବା ଓ ସ୍ଥାନୀୟ ଡାକ୍ତର ଯୋଗାଇ ଦେବା ପାଇଁ ପାଇଁ ଗଣମାଧ୍ୟମ ଦ୍ବାରା ସରକାରଙ୍କ ପାଖରେ ଦାବି କରୁଛନ୍ତି। ଯଥାଶିଘ୍ର ଡାକ୍ତର ନିଯୁକ୍ତି କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।