ହିନ୍ଦୋଳ ( ସଂଘର୍ଷ ମିଡିଆ ) : ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଗତକଲି ରାତ୍ର ୮ ଘଟିକା ସମୟରେ ୬ ଜଣ ମଦ୍ୟପ ହଠାତ୍ ଡାକ୍ତରଖାନା ପରିସରରେ ପଶି କର୍ମଚାରୀ ମାନଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଏଥିରେ ସୁରକ୍ଷାକର୍ମୀ ପବିତ୍ର ନାଏକ , ଆଟେଣ୍ଡାଣ୍ଟ ମାନସ ଗୋଚ୍ଛାୟତ ଗୁରୁତର ଥିବା ଜଣା ପଡିଛି । ଡାକ୍ତରଖାନା ପରିସରରେ ଥିବା ରୋଗୀମାନେ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ସମସ୍ତ କର୍ମଚାରୀ ଓ ରୋଗୀମାନଙ୍କୁ ମଦ୍ୟପମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ଡାକ୍ତର ଖାନା କର୍ମଚାରୀ ଙ୍କ ଠାରୁ ସୂଚନା ପାଇ ବାଲିମି ଥାନା କର୍ମଚାରୀ ପହଂଚି ଜଣେ ମଦ୍ୟପ କୁ ଧରିବାରେ ସକ୍ଷମ ହୋଇଛନ୍ତି । ପ୍ରାଥମିକ ସୁଚନାରୁ ଜଣାଜାଏ ଯେ ଖଜୁରିଆକଟା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ସ୍ଥାନୀୟ ଜନସାଧାରଣ ବାରମ୍ବାର ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ଏସ ଡି ଏମ ଓ, ସିଡିଏମଓ ଙ୍କୁ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ, ପୋଲିସ ତଦନ୍ତ ଜାରି ରଖିଛି। ଢେଙ୍କାନାଳ ହିନ୍ଦୋଳରୁ ସୁଜିତ କୁମାର ବେହେରାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।