ଡ଼. ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଆଜି ପାପଡାହାଣ୍ଡି ବ୍ଲକ ସଦର ଗ୍ରାମର ସତନାମୀ ସମାଜ ତରଫରୁ 132 ତମ ଭାରତର ସମ୍ବିଧାନ ପ୍ରତିଷ୍ଠାତା ଡ଼. ଭୀମ ରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇ ଯାଇଛି | ଜୟନ୍ତୀ ସମାରୋହ କୁ ସମାଜର ପ୍ରବୀଣ ସତନାମୀ ସଭାପତିତ୍ୱ କରିଥବା ବେଳେ ମୁଖ୍ୟ ଅତିଥିଭାବେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଯୋଗ ଦେଇଥିଲେ | ଜୟନ୍ତୀ ଆରମ୍ଭରୁ ବାବାସାହେବ ଙ୍କ ଫଟୋ ଚିତ୍ରରେ ଉପସ୍ଥିତ ଅତିଥିମାନେ ମହମବତୀ ଜାଳି , ପୁଷ୍ପ ମାଲ୍ୟ ଦେଇ ଜୟନ୍ତୀ କାର୍ଯ୍ୟକ୍ରମ ଆରମ୍ବ କରିଥିଲେ | ବରିଷ୍ଠ ଆଇନଜୀବୀ ସ୍ୱାଧୀନ ପଟନାୟକ ଆମ୍ବେଦକର ପାଇଁ ଆଜି ଆମେ ସମ୍ବିଧାନ ପାଇ ଏକାଧାରାରେ ଜୀବନଯାପନ କରୁଛୁ ବୋଲି ତାଙ୍କ ଅଭିଭାଷଣ ରଖିଥିଲେ | ଏସ ସି ସଂଘର ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ଭକ୍ତ ବାବା ସାହେବ ଆମକୁ ସମାଜର ମୁଖ୍ୟ ଶ୍ରୋତରେ ଚାଲିବା ସାମିଲ କରାଇଛନ୍ତି । ସେ ଜଣେ ଭାରତ ରତ୍ନ ସହ ବିଶ୍ୱ ରତ୍ନ ବୋଲି ମତ ଦେଇଥିଲେ | ଏହି ପରିପ୍ରେକ୍ଷୀରେ ସତନାମୀ ସମାଜର ମିତ୍ରଭାନୁ ଦାସ , ରସାନନ୍ଦ ସତନାମୀ , ମେଘଵାନ , ଏସ ସି ସଂଘର ଜିଲ୍ଲା କୋଷାଧକ୍ଷ ରବିଚନ୍ଦ୍ର ସତନାମୀ, ପାପଡାହାଣ୍ଡି ଛକ ଠାରେ ଏକ ବାବାସାହେବ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ଅତିଥିଙ୍କୁ ଜଣାଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ବିମଲ ଜୈନ, ଜି ଅନନ୍ତ ମୂର୍ତ୍ତି , ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ , ତାପସ ମଲ୍ଲିକ , ତାରିଣୀ କଚ୍ଛପ , ଜାଗା ହରିଜନ , ବବଲୁ ଖାନ , ଉପସ୍ଥିତ ଥିଲେ |
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More