ରାଉରକେଲା (ସଂଘର୍ଷ ମିଡିଆ ) : ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ ୪ ଟି ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭ ଦ୍ୱାରା ସକାଳେ ରାଉରକେଲା ର ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ୍ ର ପ୍ରଭାବ ପଡିଥିଲା।ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସିବିଆଇ, ସିବିଏମ,ସିବିଏମଏନ ଓ ବାମପନ୍ଥୀ ନେତା ଓ କର୍ମୀ ମାନଙ୍କ ପକ୍ଷରୁ ବନ୍ଦ୍ ରେ ସାମିଲ ହେବାପାଇଁ ସହର ବାସୀଙ୍କୁ ସାମିଲ ହେବାପାଇଁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥିଲା। ବରିଷ୍ଠ ଶ୍ରମିକ ନେତା ବିଷ୍ଟନୁ ମହାନ୍ତି ଙ୍କ ସମେତ ବିମାନ ମାଇତି,ସଦାନନ୍ଦ ସାହୁ, ପ୍ରଦୋଷ ମହାନ୍ତି, ରାଜକିଶୋର ପ୍ରଧାନ ଙ୍କ ନେତୃତ୍ବରେ ସହରର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ଏହି ବନ୍ଦ୍। ୪ ଟି ବାମଦଳ ପକ୍ଷରୁ ରାଜ୍ୟରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଥିଲା।ସେହି ସମୟରେ ଗାଡ଼ି ମଟର ଓ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରାଯାଇଥିଲା।ଏହି ସମୟରେ ବିଭିନ୍ନ ପେଟ୍ରୋଲ ପମ୍ପ ସମେତ ଦୋକାନ ବଜାର ବନ୍ଦ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା।ଅନ୍ୟ ଜାଗାରେ କଂଗ୍ରେସ ସହିତ ଆମ ଆଦମୀ ପାର୍ଟି ପକ୍ଷ ରୁ ମଧ୍ୟ ବନ୍ଦ୍ ପାଳନ କରାଯାଇଛି।ସେହିପରି ବରିଷ୍ଟ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ ଙ୍କ ପକ୍ଷରୁ ୧୪୩ ନମ୍ବର ଜାତୀୟ ରାଜପଥ ବେଦବ୍ୟାସ ସମେତ ଅନ୍ୟ କିଛି ସ୍ଥାନରେ ବନ୍ଦ୍ କରାଯାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଆମ୍ବାଗନ୍,ବିଶ୍ରା ଛକ ସମେତ ଚ୍ଛେଣ୍ଡ ପେଟ୍ରୋଲ ପମ୍ପ ରେ ମଧ୍ୟ ଏହାର ପ୍ରଭାବ ପଡିଥିଲା।ରାଉରକେଲାରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ ।