ଡ଼ିକି ଭାଙ୍ଗି ଲକ୍ଷେଟଙ୍କା ଲୁଟିନେଲେ ଦୁର୍ବୁତ୍ତ

32

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ ) : -କାମାକ୍ଷାନଗର ଥାନା ମେଡିକାଲ ସାମ୍ନାରୁ ବାଇକ ଡ଼ିକି ଭାଙ୍ଗି ଲକ୍ଷେ ଦଶ ହଜାର ସାତଶହ ଟଙ୍କା ଲୁଟିଲେ ଦୁର୍ବୁତ୍ତ l ସୂଚନା ଅନୁସାରେ ପରଜଙ୍ଗ ଥାନା ଗୁରୁଜାଙ୍ଗୁଲି ଉପ୍ରା ବିଦ୍ୟାଳୟ ର ଶିକ୍ଷକ ବିଜୟ କୁମାର ସାହୁ ବିଦ୍ୟାଳୟ ର ଏମଡ଼ିଏମ ଟଙ୍କା ଉଠାଇବାପାଇଁ କାମାକ୍ଷାନଗର ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ କୁ ଆସିଥିଲେ l ବ୍ୟାଙ୍କ ରୁ ଟଙ୍କା ଉଠାଇବା ପରେ ବିଜୟ ଓ ବିଦ୍ୟାଳୟ ଶିକ୍ଷା କମିଟିର ସଭାପତି କାମାକ୍ଷାନଗର ମେଡିକାଲ ସାମ୍ନା ରେଥିବା ଏକ ମେଡ଼ିସିନ ଦୋକାନ ରୁ ମେଡ଼ିସିନ କିଣୁଥିଲେ l ମେଡ଼ିସିନ କିଣିବା ସମୟରେ ଅନ୍ୟମନସ୍କ ରହିଥିବା ଯୋଗୁ ଦୁଇ ଜଣ ଦୁର୍ବୁତ୍ତ ବିଜୟଙ୍କ ବାଇକ ଡ଼ିକି ଭାଙ୍ଗି ସେଥିରେ ଥିବା ଲକ୍ଷେ ଦଶ ହଜାର ସାତଶହ ଟଙ୍କା ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ l ଏ ସମ୍ପର୍କ ରେ ବିଜୟ ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି l ସ୍ପଷ୍ଟ ଦିବାଲୋକରେ ମେଡିକାଲ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଲୁଟକୁ ନେଇ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More