ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ବୃକ୍ଷ ରୋପଣ 

12

Get real time updates directly on you device, subscribe now.

ନବରଙ୍ଗପୁର/ଡ଼ାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ପରିସର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗଦେଇ ବୃକ୍ଷରୋପଣ କରିଥିଲେ l ଏଥିରେ ଡାବୁଗାଁ ବନପାଳ ଉମାକାନ୍ତ  ପଟ୍ଟନାୟକ କହିଥିଲେ ଜଙ୍ଗଲ ଆମ ସୁରକ୍ଷା ପାଇଁ ଏକ କବଚ ସଦୃଶ୍ୟ ଏଥି ସହିତ ଜଙ୍ଗଲ ବଢିବା ଦ୍ଵାରା ପରିବେଶ ସୁରକ୍ଷା ହୋଇ ପାରିବ ଆମ ପରିବେଶ ସନ୍ତୁଳନ ହୋଇ ପାରିବ, ତେଣୁ ଆମେ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଏକ ସଚେତନ ବାର୍ତ୍ତା ଦେବା ସହ ବନମହୋତ୍ସବ ପାଳନ କରୁଛେ । ଏଥି ସହିତ ମୁଖ୍ୟ ଅତିଥି କହିଥିଲେ ଯେତିକି ବେଳେ ପରିବେଶ ସୁରକ୍ଷା ହୋଇ ପାରିବ ସେତିକି ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ ,ଏଥି ନିମନ୍ତେ ପରିବେଶ ଓ ବୃକ୍ଷ ମଧ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି l ତେଣୁ ମନୁଷ୍ୟ ପରିବେଶ ଓ ବୃକ୍ଷ ଏଇ ଦୁଇଟି ଉପରେ ଗୁରୁତ୍ଵ ଦେବା ଦରକାର ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ପରିସର ରେ ୧୨୦ ଟି ବହୁ ଗୁରୁତ୍ଵ ପୂର୍ଣ୍ଣ ଯଥା ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ପାର୍ଶ୍ଵରେ ଓ ଅଫିସ ପରିସରରେ ଏହି ବୃକ୍ଷ ଗୁଡ଼ିକୁ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ମୁଖ୍ୟ  ମେକ୍ସ ନାୟକ ପିଲା ମାନଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ । ଏଥି ସହିତ ଏହି ମହାବିଦ୍ୟାଳୟରେ ବୃକ୍ଷ ରୋପଣ କରିବା ସହ ବୃକ୍ଷକୁ ସୁରକ୍ଷା ଦେବା ଏକ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗୀୟ ମୁଖ୍ୟ  ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ମୁଖ୍ୟ  ଚନ୍ଦନା ପଣ୍ଡା, ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ୟାସୀ ସାହୁ, ଇତିହାସ ବିଭାଗର ଅଧ୍ୟାପକ ଦୟାରାମ ମନୋହର, ଓଡ଼ିଆ ବିଭାଗୀୟ ଅଧ୍ୟାପିକା  ମନିସା ସରକାର ଓ ଇଂରାଜୀ ବିଭାଗୀୟ ଅଧ୍ୟାପକ ମହେନ୍ଦ୍ର ଦେବର୍ପଲ୍ଲି, ବନରକ୍ଷୀ ମନୋରଞ୍ଜନ ନାୟକ ଓ ପ୍ରକାଶ ସରକାର,ପୁସ୍ତକଗାର ପିଅନ ପଞ୍ଚାନନ ପୂଜାରୀ, କିରାଣି ବି.ସତ୍ୟନାରାୟଣ ସେଥି ଓ ବିଦ୍ୟାଧର ମାଝୀ, ପିଅନ ଯୁଗସାଏ ଭତ୍ରା, ବିଜୟ ମାଝୀ ଓ ରତନ ହରିଜନ ଙ୍କ ସହ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More