ଡ଼ହ ଡ଼ହ ଖରାରେ କୁନି କୁନି ପିଲା ସ୍କୁଲ ଡ୍ରେସ ପିନ୍ଧି ବାଲି ବୋହିଲେ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସିଦ୍ଧମହାବୀର ସ୍ଥିତ ଇଏ ହେଉଛି ଆଦର୍ଶ ନଗର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ହେଉଛି ଦୃଶ୍ୟ । ଛୋଟ ଛୋଟ କୁନି କୋମଳ ମୋତି ପିଲା ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥାନ୍ତି କିନ୍ତୁ ଏଠି ଦୃଶ୍ୟ କିଛି ଭିନ୍ନ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟଟ୍ରୀ କି ଭଳି ଏହି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି ତାହା ସବୁଠାରୁ ଆଶ୍ଚର୍ଯ୍ୟ । ଡ଼ହ ଡ଼ହ ଖରାରେ କୁନି କୁନି ୨ଟି ପିଲା ନିଜ ହାତରେ ସ୍କୁଲ ଡ୍ରେସ ପିନ୍ଧି ବାଲି ବାଲ୍ଟି ଟିକୁ ବୋହିକି ନେଉଛନ୍ତି ବିଦ୍ୟାଳୟ କାମ କରୁଥିବା ମିସ୍ତ୍ରୀଙ୍କ ପାଖକୁ । ଏହି ଦୃଶ୍ୟ ଦେଖିକି ଆପଣ ମାନେ ବିଚାର କରନ୍ତୁ । ଏହା କେତେଦୂର ଠିକ ଓ ଏହା କଣ ବାର୍ତା ଦେଉଛି ସମାଜକୁ ? ଯେଉଁଠି କି ରାଜ୍ୟ ସରକାର ସବୁବେଳେ ଚିନ୍ତିତ ଥାନ୍ତି କି ରାଜ୍ୟରେ ଉନ୍ନତ ମାନର ବିଦ୍ୟାଳୟ ଓ ଉନ୍ମତ ମାନର ପାଠପଢା କି ଭଳି ହେବ । କିନ୍ତୁ ଦୁଖଃ ଓ ପରିତାପର ବିଷୟ କି ଏଠି ଖୋଦ ଶିକ୍ଷକ ଓ ଶିକ୍ଷତ୍ରି କଣ କରୁଛନ୍ତି ଓ ପିଲା ମାନଙ୍କୁ କାହିଁକି ଏହି ଭଳି କାର୍ୟ ରେ ନିୟୋଜିତ କରିଛନ୍ତି । ଏହା ପଛର କାରଣ କଣ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ । ଏ ସମ୍ପର୍କରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ, ଯାହା ଫଳରେ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଖବର ପ୍ରସାରଣ ପରେ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷତ୍ରିଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକି ରହିଲା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More