ଡ଼ହଗାଁ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ବଣ୍ଟନ

14

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀ ମାନଙ୍କୁ ଆଜି କୋକସରା ବ୍ଲକ ଅନ୍ତର୍ଗତ ଡ଼ହଗାଁ ପଞ୍ଚାୟତ ଠାରେ ମଧୁବାବୁ ପେନସନ ରେ ଭତ୍ତା ବଣ୍ଟନ ।କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୋୖଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସରପଞ୍ଚ କୁଞ୍ଜଳତା ନାଏକ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ସମିତି ସଭ୍ୟ ହେମକାନ୍ତି ପୁଝାରି,ନାଏବ ସରପଞ୍ଚ ସୁଦର୍ଶନ ହଂସ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ଯୋଗଦେଇ ମଧୁବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କରିଥିଲେ। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଉପସ୍ଥିତ ରହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।ମଧୁବାବୁ ପେନସନ ଯୋଜନା ରେ ସାମିଲ ହେବାପରେ ହିତାଧିକାରୀ ମାନେ ବ୍ଲକ ପ୍ରଶାସନ,ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଥିଲେ। କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ରୁ ପୁରୁଷୋତ୍ତମ ସିଂ ହ ରାଜପୁତ ଙ୍କ ସହ ନାରାୟଣ ନାୟକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More