ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : – ସୁବର୍ଣ୍ଣପୁର ଜିଲ୍ଳା ସଦର ବ୍ଲକର ଜନମୁରା ଠାରେ ବାଇକ୍ ଓ ଡମ୍ଫର ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଜଣେ ମଡେଲ ଡିଗ୍ରୀ କଲେଜ୍ ଛାତ୍ର ଆଲୋକ ଖୁରାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବାଇକ୍ ପଛରେ ଥିବା ଆଉ ଜଣେ ଛାତ୍ର ମନୋଜ ଥାପା ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠିକାର୍ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନୂତନ ରେଳରାସ୍ତା ର ନିର୍ମାଣ କାମରେ ଲାଗିଥିବା ସମସ୍ତ ଡମ୍ଫର ଗାଡି ଗୁଡିକ ବେପରୁଆ ମନୋଭାବ ନେଇ ବହୁତ୍ ସ୍ପିଡ଼ ରେ ଗାଡି ଚଲାଉଥିବା କହୁଛନ୍ତି । ପାଖରେ ସ୍କୁଲ ଥାଉ ଅବା ଗ୍ରାମ ଗାଡ଼ି ଚାଳକ ମାନେ ଖାତିର ନକରି ବେପରୁଆ ଗାଡିଚଳାଇବାଦ୍ୱ।ରା ଏପରି ଦୁର୍ଘଟଣା କ୍ରମାଗତ ଭାବେ ବଢିଚିଲିଛି।ଆଜି ସେପରି ସମାନ ଘଟଣା କ୍ରମରେ ଶିକାର ହୋଇଛନ୍ତି ସ୍ଥାନୀୟ ମଡେଲ ଡିଗ୍ରୀ କଲେଜର ନିରିହ ଛାତ୍ର। ଆଲୋକ ଖୁରା ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ୧୦୮ ଆମ୍ବୁଲେନ୍ସ ଗାଡିର ଫର୍ମାସୀ କର୍ମଚାରୀ ଥିବା ବେଲେ ସେ ଉଚ୍ଚଶିକ୍ଷା ର ଆଶାନେଇ ମଡେଲ ଡିଗ୍ରୀ କଲେଜ୍ ର ଜଣେ ଯୁକ୍ତ ତିନି ର ଛାତ୍ର ହିସାବରେ ଅଧ୍ୟୟନରତ ମଧ୍ୟ ଥିଲେ । ଦୁର୍ଘଟଣାରେ ଆହତ ଅନେକ ଜୀବନ ଆଲୋକ ବଞ୍ଚଉଥିବା ବେଳେ ଆଜି ର ଦୁର୍ଘଟଣା ରେ ନିଜେ ଆଲୋକଙ୍କର ଜୀବନଦୀପ ଲିଭିଯିବା ଘଟଣା ତାଙ୍କର ସହପାଠୀ ମହଲ ତଥା ସମଗ୍ର ଜିଲ୍ଲାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିବାସହ ଲୋକଙ୍କ ସୁରକ୍ଷା ପାଇଁ ଭାରି ଯାନ ଉପରେ ନିୟନ୍ତ୍ରଣ ଆଣିବାପାଇଁ ଚେକିଂକୁ କଡ଼ା କଡ଼ାକଡ଼ି କରିବା ଉପରେ ପ୍ରଶାସନ ପାଖରେ ଜନସାଧାରଣ ଦାବି ରଖିଛନ୍ତି । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।