ଡ଼ଙ୍ଗାରୁ ସରିଗଲା ଡ଼ିଜେଲ, ଚେନ୍ନାଇରୁ ସମୁଦ୍ରପଥରେ ଡ଼ଙ୍ଗାରେ ଓଡ଼ିଶା ଆସୁଥିବା ୩୯ ଜଣଯାତ୍ରୀଙ୍କ ଜୀବନ ଏବେ ସଙ୍କଟରେ
ଭୁବନେଶ୍ବର (ସଂଘର୍ଷ ମିଡିଆ ) : ଚେନ୍ନାଇରୁ ସମୁଦ୍ରପଥରେ ଡ଼ଙ୍ଗାରେ ଓଡ଼ିଶା ଆସୁଥିବା ୩୯ ଜଣଯାତ୍ରୀଙ୍କ ଜୀବନ ଏବେ ସଙ୍କଟରେ । ମଝି ସମୁଦ୍ରରେ ଡ଼ଙ୍ଗା ଅଚଳ ହୋଇ ପଡ଼ିଛି । କୁହାଯାଉଛି ଯେ ଡ଼ଙ୍ଗାରୁ ଡ଼ିଜେଲ ସରିଯିବାରୁ ଡ଼ଙ୍ଗାଟି ପଲାସା ସମୁଦ୍ରତଟଠାରୁ କିଛି ଦୂରରେ ଅଟକି ରହିଛି । ଏହି ଯାତ୍ରୀମାନଙ୍କ ମଧ୍ୟରୁ ୨୪ ଜଣ ଓଡ଼ିଶାରୁ ଓ ଅନ୍ୟ ୧୫ ଜଣ ଆନ୍ଧ୍ରପ୍ରଦେଶ ବାସିନ୍ଦା । କରୋନା ଲକ୍ଡ଼ାଉନ ଯୋଗୁଁ ଭି ନା ଟ୍ରେନ୍ ଚାଲୁଛି ନା ଗାଡ଼ି, ଉଡ଼ାଜାହାଜ ସେବା ମଧ୍ୟ ନାହିଁ । ଗୋଟିଏ ରାଜ୍ୟର ଶ୍ରମିକ ଅନ୍ୟରାଜ୍ୟରେ ଅଟକି ରହିଛନ୍ତି । ଦକ୍ଷିଣ ଓଡ଼ିଶାର ବହୁ ସଂଖ୍ୟକ ଶ୍ରମିକ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ ଆଦି ରାଜ୍ୟରେ ପେଟପାଟଣା ପାଇଁ କାର୍ଯ୍ୟ କରନ୍ତି । ମାତ୍ର ଲକ୍ଡ଼ାଉନ ଯୋଗୁଁ ସେମାନଙ୍କର ସମସ୍ୟା ବଢ଼ିଛି । ଯଦିଓ ରାଜ୍ୟ ସରକାର ଓଡ଼ିଆଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଘୋଷଣା କରିଛନ୍ତି ତଥାପି ସେ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।