ଡ଼କ୍ଟର ବି. ଆର. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

11

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ଆଦିବାସୀ ସରକାରୀ କର୍ମଚାରୀ ସଙ୍ଘ ଦ୍ୱାରା ପ୍ରଥମ ଭାବେ ଡ଼କ୍ଟର ଭୀମ ରାଓ ଆମ୍ବେଦକରଙ୍କ 132 ତମ ଜୟନ୍ତୀ ପାଳନ କରାଯାଇଛି । ଆଜି ସକାଳ 7ଟା ସମୟରେ କମାର ପାଲ୍ଲୀ ଛତିଶଗଡ ସୀମାନ୍ତରୁ ଶୋଭାଯାତ୍ରାରେ ବାହାରି ମହୁପଦର, ଟେମୁରୂପାଲି, ସାଲିମି, କିଆଙ୍ଗ, ଚେଡେଙ୍ଗା, ଦଳପତି ଗୁଡା, ଗୋବିନ୍ଦ ପାଲି, ଉଦୁଲିବେଡା ଗ୍ରାମପଞ୍ଚାୟତ ଦେଇ ମାଥିଲି ସ୍ଥିତ ଆଦିବାସୀ ସରକାରୀ କର୍ମଚାରୀ ପଡିଆରେ ଶୋଭାର ଆୟୋଜନ କରାଯାଇଥିଲା । ଏହି ଶୋଭାରେ ଆମ୍ବେଦକରଙ୍କ ଆଦର୍ଶ, ତାଙ୍କ ଦ୍ୱାରା ସମ୍ବିଧାନ ଲେଖା ଓ ତାଙ୍କ ଜୀବନୀ ବିଷୟରେ ଲୋକଙ୍କୁ ବୁଝାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ବୃନ୍ଦାବନ ମାଝୀ, ଉପଦେଷ୍ଟା କାନ୍ଦ୍ରା ହାଁସଦା, ଉପଦେଷ୍ଟା ଚୈତ୍ୟନ୍ୟ ନାଲି, ଉପଦେଷ୍ଟା ଧନେଶ୍ୱର ନାୟକ, ସଙ୍ଘ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ, କଷାଧ୍ୟକ୍ଷ ସୁନାଧାର ବାକା, ବାଗିରଥି କୋପେ, ଜଗୁ ପାଙ୍ଗି, ସୁନାଧାର ବଟେ, ଵାଲା ରାଜୁ କପେ, ନରସିଂହ ଚାଲାଣ, ତ୍ରିନାଥ ଭୂମିଆ, ଶାମ୍ବରୁ ନାୟକଙ୍କ ସହ ସମସ୍ତ ବର୍ଗର ଲୋକଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା । ଏଥିରେ ଏକ ହଜାରରୁ ଉର୍ଦ୍ଧ ମହିଳା ପୁରୁଷ ଯୋଗ ଦେଇ ଆଗାମୀ ଦିନରେ ଆଉରି ଆଡମ୍ବର ସହ ପାଳନ କରାଯିବ ବୋଲି ସଙ୍ଘ ଦ୍ୱାରା ଜଣାଯାଇଛି । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More