ଡମ୍ବରୁଗଡ ମହାନ୍ତ ଗୀରିବର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

20

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଗିରିବର ଦାସ ତ୍ୟାଗୀ ମହାରାଜଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ମହୋତ୍ସବ ସିଦ୍ଧ ତପୋ ସେବା ବନ ଡ଼ମରୁଗଡ଼, କଂକଲା ମଠ ଠାରେ ଉଦଘାଟନ ହୋଇ ଯାଇଛି । ଏହି ମହୋତ୍ସବରେ ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜ ଅଗ୍ରପୂଜ୍ୟ ଗଣନାଥ ଓ ପୂଜ୍ୟ ସାକେତ ପ୍ରାପ୍ତ ମହାରାଜଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ l ଉକ୍ତ ଉତ୍ସରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ଉପସଭାପତି ଶଙ୍କର୍ଷଣ ପ୍ରଧାନ ଯୋଗଦେଇ ମଠର ଉନ୍ନତି ପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ l ସମ୍ମାନିତ ଅତିଥି ଭାବେ ବୌଦ୍ଧ ବ୍ଲକ ବିଡିଓ ଅବିନାଶ ପାଣ୍ଡିଆ ଯୋଗଦେଇ ମଠର ଉନ୍ନତି ପାଇଁ ଅଞ୍ଚଳର ଜନସାଧାରଣ ଙ୍କ ଇଛାଶକ୍ତି ଦ୍ବାରା ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ତାଲସରଡ଼ା ସରପଞ୍ଚ ସସ୍ମିତା ପାଣ୍ଡେ, ଶଗଡା ସରପଞ୍ଚ ସନ୍ଧ୍ୟାରାଣୀ ମହାକୁଡ଼, ମୁଣ୍ଡିପଦର୍ ସେବା ସମବାୟ ସଭାପତି ହେମାନନ୍ଦ ଦାସ, ଦମ୍ବରୁଗଡ ଗୌନ୍ତିଆ ଅକ୍ଷୟ କୁମାର ମହାକୁଡ, କଙ୍କଲା ଗୌନ୍ତିଆ ତଥା ମଠ କମିଟି ସଂପାଦକ ଦୀପକ ବେହେରା, ପୋଦଖାଲ୍ ଗୌନ୍ତିଆ ଦିନେଶ କୁମାର ଅମାତ, ସାହଜପାଲ୍ ଗୌନ୍ତିଆ ପ୍ରଦିପ କୁମାର ବେହେରା ଙ୍କ ସମେତ ବାବାଙ୍କ ଶିଷ୍ୟ ରଘୁବିର୍ ଦାସ, ନରସିଂହ ଦାସ, ଗୌର ଦାସ ମଞ୍ଚାସିନ ଥିବାବେଳେ ମଠ କମିଟିର ସଭାପତି ପୟୋଧର ମହାକୁଡ଼ ସଭାପତିତ୍ବ କରିଥିଲେ । ମହୋତ୍ସବ ରେ ମହିଳା ମହାବିଦ୍ୟାଳୟ ବୌଦ୍ଧ ର ଓଡ଼ିଆ ଅଧ୍ୟାପକ ଉତ୍ତମ କୁମାର ବେହେରା ଓ ଶିକ୍ଷାବିତ ଶମ୍ଭୁ ଗିରି ମଞ୍ଚ ପରିଚାଳନା ତଥା ଅତିଥି ସ୍ଵାଗତ ଓ ପରିଚୟ ପ୍ରଦାନ କରିଥିଲେ, ସାମାଜିକ କର୍ମୀ ଦାମୋଦର ସାହୁ ବିବରଣୀ ପଠନ କରିଥିଲେ l ଶେଷରେ ସାମାଜିକ କର୍ମୀ ତଥା ମଠ କମିଟି ର ସଂଯୋଜକ କୃତିବାସ ପଲିଆ ଧନ୍ୟବାଦ ଅର୍ପଣ କରଥିଲେ l ପ୍ରାରମ୍ଭରେ ସାହାଜପଲ୍ ଅରବିନ୍ଦ ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ଛାତ୍ର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହୋଇଥିଲା l ବିଳମ୍ବ ରାତ୍ରୀ ପର୍ଯ୍ୟନ୍ତ କମଳପୁର ଓ ଧୁଡୁର ବାହାଲ ଗ୍ରାମର କଳାକାର ମାନଂକ ଦ୍ୱାରା ରାମଲୀଳା ନାଟକ ମଞ୍ଚସ୍ଥ ହୋଇଥିଲା l ଏଥିରେ ବହୁ ଜନସମାଗମ ହୋଇଥିଲେ ବେଳେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଭାଗବତ ସପ୍ତାହ ଯଜ୍ଞ, ପ୍ରବଚନ ଓ ସାଧାରଣ ସଭା ଓ ରାମଲୀଳା ନାଟକ ମଞ୍ଚସ୍ଥ ହେବ ବୋଲି ଆୟୋଜକ ମାନଙ୍କ ସୁତ୍ରରୁ ପ୍ରକାଶ l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ତାଳସରଦା ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ସେଠୀ, ସମିତି ସଭ୍ୟ ପ୍ରତିନିଧି ରାଜକୁମାର ସେଠୀ, ଶ୍ରୀପତି ମହାକୁଡ, ଶ୍ରୀକ୍ଷେତ୍ର ମହାକୁଡ଼ , ଦୁଷ୍ମନ୍ତ କୁମାର ପୃଷ୍ଟି, ଉଗ୍ରସେନ ବେହେରା, ମହେଶ ପ୍ରସାଦ ଅଗ୍ରୱାଲ, ରମେଶ ପ୍ରସାଦ ସାହୁ,ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More