ଡମ୍ଫର ଗାଡି ଭିତରେ ଡ୍ରାଇଭର ମୃତ୍ୟୁ , କାରଣ ଅସ୍ପଷ୍ଟ

41

Get real time updates directly on you device, subscribe now.

କେନ୍ଦୁଝର ( ସଂଘର୍ଷ ମିଡିଆ ) :  — କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରି ଥାନା ଅନ୍ତର୍ଗତ ରାସୋଳ ମାଝିସାହି ନିକଟକୁ ଆଜି OR 09K 1064 ନମ୍ବର ଏକ ଡମ୍ଫର ଭିତରେ  ଡ୍ରାଇଭର ମୃତ୍ୟୁ ବରଣ କରିଥିବାର ଦେଖିବାକୁ ମିଳିଛି । ମ୍ରୁତ ଡ୍ରାଇଭରର ନାମ  ଦୟାନିଧୀ ନାୟକ ତାଙ୍କର ଘର ହରିଚନ୍ଦନପୁର ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ବୋଲି ଜଣାପଡିଛି  । ଗାଡିର ମାଲିକ ପ୍ରଶାନ୍ତ କୁମାର ସାହୁଙ୍କ କହିବା ଅନୁଯାଇ ଗତ ରବିବାର ଠାରୁ ଡ୍ରାଇଭର ଦୈତାରି ମାଇନ୍ସ୍ କୁ ଆଇରନ ଲୋଡ କରିବା ପାଇଁ ଆସିଥିଲା । ଦୁଇଦିନ ପରେ ଗାଡିଟି ନଫେରିବାରୁ ଗାଡିମାଲିକ ଗାଡିକୁ ଚାରିଆଡେ ଖୋଜାଖୋଜି କରିବାସହ ସନ୍ଧାନ ନେଉଥିଲେ ।  ଆଜି ବୁଧବାର ସଖାଳୁ କୌଣସି ସୂତ୍ରରୁ ଖବର ମିଳିଥିଲା ଗାଡିଟି ରାସୋଳ ମାଝିସାହି ମୁଖ୍ଯରାସ୍ତା କଡରେ ଅଛି । ଆସି ଦେଖିବାକୁ ପାଇଲେ ଗାଡିଭିତରେ ଡ୍ରାଇଭର ଜଣକ ମରି ପଡିଛି । ସଙ୍ଗ ସଙ୍ଗ ଗାଡିମାଲିକ ନିକଟସ୍ତ ଦୈତାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଆଇଆଇସି ତୁଳସୀ ମଂଜରୀ ଭୂୟାଁ ଓ ଏସ୍ ଆଇ ବୈଲୋଚନ ସିଂ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବାପରେ ଶବ ଜବତକରି ପୋଷ୍ଟବଟମ ପାଇଁ ଆନନ୍ଦପୁର ପଠାଇଛନ୍ତି । ଡ୍ରାଇଭର ଜଣଙ୍କର ଡାଇବେଟିସ ଥିବାରୁ ତାଙ୍କର ହାଟ୍ ଚୋକ ଯୋଗୁ ମ୍ରୁତ୍ଯୁ ବରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଷ୍ଟବଟମ ରିପୋର୍ଟ ଆସିଲାପରେ ଘଟଣାର ଅଧିକ ତଦନ୍ତ କରାଯିବ ଓ ପ୍ରକ୍ରୁତ ମ୍ରୁତ୍ଯୁର କାରଣ ଲୋକଲୋଚନକୁ ଆସିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More