ନବରଙ୍ଗପୁର (ସଂଘର୍ଷ ମିଡିଆ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାରର ମଝିରେ ଫସିଲା ଲଞ୍ଚ l ଲଞ୍ଚ ଦ୍ୱାରା ଗୁଞ୍ଜମାଲି ଗ୍ରାମରୁ ୨୫ ଜଣ ବାହାରି ଖାତିଗୁଡା ସ୍ଥିତ ଲୋମତାଗୁଡା ସାପ୍ତାହିକ ବଜାର କରିବା ପାଇଁ ଆସୁଥିଲେ । ଲଞ୍ଚର କିଛି ତ୍ରୁଟି ଯୋଗୁ ଆଉ ଆଗକୁ ବଢି ନଥିଲା ।ଏହି ସମୟରେ ପୋଡ଼ାଗଡ଼ ଥିବା ୧୦୮ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ ଯାତ୍ରୀ । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ୧୦୮ ଜଳ ବୋଟ ଆମ୍ବୁଲାନ୍ସ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଞ୍ଜମାଲି ଗ୍ରାମର ୨୫ ଜଣ ମଧ୍ୟରୁ ୧୫ଜଣ ମହିଳା,୬ ଜଣ ପୁରୁଷ ଓ ୪ଜଣ ଛୋଟ ଶିଶୁ ଲଞ୍ଚରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଖାତିଗୁଡା ସାପ୍ତାହିକ ମାର୍କେଟିଙ୍ଗ କରିବାକୁ ଉକ୍ତ ଲଞ୍ଚ ନେଇ ସକାଳ ୯ ଘଣ୍ଟା ସମୟରେ ନିଜ ଗ୍ରାମରୁ ରୁ ବାରିଆଘାଟ ଅଭିମୁଖେ ଆସୁଥିଲେ l ହଠାତ ମଝି ଦରିଆରେ ଦକ୍ଷିଣା ପବନ ହେବାରୁ ଢେଉ ବଢିଯାଇ ସେମାନଙ୍କ ଅଚଳ ଲଞ୍ଚ ଭିତରକୁ ପାଣି ପଶିଥିଲା l ଫଳରେ ଲଞ୍ଚ ଓଜନ ହେବା ସହ ଭାରସାମ୍ୟ ହରାଇବାରେ ଲାଗିଥିଲ। l ନାଉରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ବାରିଆଘାଟ ରେ ଥିବା ୧୦୮ବୋଟ ଆମ୍ବୁଲାନ୍ସ ର ଡ୍ରାଇଭରକୁ ଫୋନ କରିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ l ଖବର ପାଇ ତୁରନ୍ତ ବୋଟ ଆମ୍ବୁଲାନ୍ସ ରେ ଥିବା ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ମିଶି ଘଟଣାସ୍ଥଳକୁ ଯାଇଥିବା ବେଳେ ଲଞ୍ଚ ଥିବା ୨୫ଜଣଙ୍କ ସମେତ ମାର୍କେଟିଙ୍ଗରେ ବିକ୍ରି କରିବା ପାଇଁ ଆଣିଥିବା ସଉଦା,ପତ୍ର କୁ ମଧ୍ୟ ଉଦ୍ଧାର କରିଥିଲେ l ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉଦ୍ଧାର ବ୍ୟକ୍ତି ମାନଙ୍କୁ ବାରିଆଘାଟରେ ଆଣି ଛାଡିଥିଲେ । ଯଦି ବୋଟ ଆମ୍ବୁଲାନ୍ସ ସଠିକ ସମୟରେ ଆସିନଥାଆନ୍ତା, ତାହେଲେ ଡଙ୍ଗାରେ ଥିବା ୨୫ଜଣ ବ୍ୟକ୍ତି ନିଶ୍ଚିତ ବିପତ୍ତି ପଡିଥାନ୍ତା ବୋଲି ଉଦ୍ଧାର ବ୍ୟକ୍ତିମାନେ କହିବାସହ ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।