ଡକାୟତି ଘଟଣାରେ ୩ ଗିରଫ, ଜଣେ ଫେରାର,ଦୁଇ ବାଇକ୍ ମାରଣାସ୍ତ୍ର ,ମୋବାଇଲ ଓ ଟଙ୍କା ଜବତ

13

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : – ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ କୁ ବଡ଼ ସଫଳତା ମିଳିଛି ।ଗତ ୨୮ତାରିଖ ଦିନ ୧୧ଟା ସମୟରେ କଣ୍ଟାମାଳ ଥାନା ନିକଟସ୍ଥ ଉଦେପୁର ଠାରେ ଏକ ଘରୋଇ ଫାଇନସ କମ୍ପାନୀ ନାରାୟଣ ପ୍ରସାଦ ଗ୍ରାମରୁ ଋଣ ଆଦାୟ କରି ଫେରୁଥିବା ସମୟରେ ୪ଜଣ ଡକାୟତି ତାଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ।ଏହି ଘଟଣାରେ ଫାଇନାସ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ପୀତବାସ ଜେନା ଓ ତାଙ୍କ ସହଯୋଗି ଙ୍କୁ ଆକ୍ରମଣ କରିଥିଲେ ।ତାପରେ କଣ୍ଟାମାଳ ଥାନାରେ ଉକ୍ତ ମ୍ୟାନେଜର ଜଣକ ଲିଖିତ ଅଭିଯୋଗ କରିଥିଲେ । କଣ୍ଟାମାଳ ପୋଲିସ ଉକ୍ତ ଘଟଣାକୁ ଗମ୍ଭୀରତାର ସହ ନେଇ ଖୋଳତାଡ ଆରମ୍ଭ କରି ତିନି ଜଣ ଡକାୟତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ଉକ୍ତ ଡକାୟତ ମାନେ ହେଲେ କଣ୍ଟାମାଳ ଥାନା ତଳିପଡ଼ା ର ପିଣ୍ଟୁ ସାହୁ (୨୬)ମଲ୍ଲିକକୁଦ୍ ଗ୍ରାମର ନୃପରାଜ ମହାନନ୍ଦ (୪୦)ବଡ଼ଛେପାପାଲି ଗ୍ରାମର ଅନନ୍ତ ସାହୁ (୨୬) ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଆସାମୀ ଫେରାର ଥିବା ଓ ସେମାନଙ୍କ ଠାରୁ କଳା ରଙ୍ଗର ପଲସର ନଂ OD 31 C 8012 ଓନୀଳ ରଙ୍ଗର ହୋଣ୍ଡା ଗାଡି ନଂ OR 31 B 0924, ନଗଦ 2800/ ଟଙ୍କା, ଦୁଇଟି ଛୁରୀ, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଡ଼ି ଜବତ କରିଥିବା କଣ୍ଟାମାଳ ଥାନା ଆଇଆଇସି ନଳିନୀ କାନ୍ତ ଦାସ ସୂଚନା ଦେଇଛନ୍ତିl ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More