ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଫୁଙ୍ଗୁଳା ଚିତ୍ର, ଅଧ୍ୟକ୍ଷଙ୍କ ବିରୋଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଲେ ଅଧ୍ୟାପିକା

12

Get real time updates directly on you device, subscribe now.

କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : -ଶିକ୍ଷାନୁଷ୍ଠାନରେ ଚାଲିଛି ହାଇ ପ୍ରୋଫାଇଲ ଡ୍ରାମା । ଅଧ୍ୟକ୍ଷଙ୍କ ବିରୋଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅଧ୍ୟାପିକା । ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କଥାକୁ ଭ୍ରୂକ୍ଷେପ କରୁନାହାନ୍ତି ଜନୈକା ଅଧ୍ୟାପିକା । କଥା ଯାଇ ପହଞ୍ଚିଛି ଥାନାରେ । ତେବେ ଆଜି ଆମେ ଏମିତି ଏକ ଶିକ୍ଷା ଅନୁଷ୍ଠାନର କଥା କହିବୁ ଯେଉଁଠି ଗୁରୁ ଆଉ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନା ଅଛି ସହଭାଗିତା, ନା ଅଛି କର୍ମଚାରୀଙ୍କ ମଧ୍ୟରେ ସୁସମ୍ପର୍କ । କେହି ଯେପରି କାହାକୁ କମ ନୁହଁନ୍ତି। ଏ ହେଉଛି ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର କାରନାମା , ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ରାଜନୀତି ବିଜ୍ଞାନ ଅଧ୍ୟାପିକା । ଆମେତ କହିବୁ ଏହି ମଣିଷ ତିଆରି କାରଖାନାରେ ଛାତ୍ରଛାତ୍ରୀ ମାନଙ୍କୁ ସମାଜରେ ପ୍ରତିଷ୍ଠିତ ମଣିଷଟିଏ ଗଢି ତୋଳିବାରେ ବିଫଳତାର ନମୁନା। କଲେଜକୁ ଠିକ ସମୟରେ ନଆସିବାରୁ ଅଧକ୍ଷ ମହୋଦୟ ବାରମ୍ବାର ତାଗିଦ କଲେ ଅଧ୍ୟାପିକାଙ୍କୁ । କିନ୍ତୁ ପାୱାରଫୁଲ ଅଧ୍ୟାପିକା ଏକଥାକୁ ହଜମ କରି ପାରିଲେନି, ସଙ୍ଗେ ସଙ୍ଗେ ଅଧକ୍ଷଙ୍କ ବିରୁଦ୍ଧରେ ଥାନାରେ ଇତଲା ଦେଲେ । ଦେଖନ୍ତୁ ଏହି ରିପୋର୍ଟକୁ ଏ ହେଉଛନ୍ତି କଲେଜର ଅଧ୍ୟାପିକା ସଂଯୁକ୍ତା ଦାସ ରାଜନୀତି ବିଜ୍ଞାନ ଅଧ୍ୟାପିକା । ମ୍ୟାଡମଙ୍କ ଅଭିଯୋଗ ଅନୁଯାୟୀ କଲେଜର ଅଧ୍ୟକ୍ଷ ନିଜର ସ୍ୱାର୍ଥସାଧନରେ ବ୍ୟସ୍ତ ରହିବା ସହିତ ଛାତ୍ରୀ ମାନଙ୍କ ପ୍ରାଇଭେସିକୁ ନଷ୍ଟ କରୁଛନ୍ତି। ତେବେ ନିଜେ ଅଧ୍ୟକ୍ଷ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହିତ ମାରିଦେବାକୁ ଧମକ ଦେଉଛନ୍ତି । ତେଣୁ ଏ ନେଇ ମ୍ୟାଡମ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଅନ୍ୟପଟେ ବର୍ତ୍ତମାନର ଅଧ୍ୟକ୍ଷ ବିଚିତ୍ର କୁମାର ପରିଡ଼ାଙ୍କ ଅଭିଯୋଗ ଅନୁଯାୟୀ ମ୍ୟାଡମ ଦୀର୍ଘଦିନ ହେବ କଲେଜରେ ଅନୁପସ୍ଥିତ ରହୁଥିଲେ ଓ ଏବେ ମଧ୍ୟ ରହୁଛନ୍ତି । ଆଉ ପିଲାଙ୍କ ପାଠ ପଢାରେ ବାଧା ଉପଜୁଥିବାରୁ ଅଧ୍ୟକ୍ଷ ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଆଉ ଅନ୍ୟପଟେ ମ୍ୟାଡମଙ୍କୁ କାରଣ ଦର୍ଶଅ ନୋଟିସ ମଧ୍ୟ ଜାରି କରିଛନ୍ତି । ଆଉ ଏ ହେଉଛି ମ୍ୟାଡମଙ୍କର ଆଟେଣ୍ଡାନ୍ସ ରିପୋର୍ଟ, ଆଉ ଏ ହେଉଛି ଜାରି ହୋଇଥିବା ନୋଟିସ । ତେଣୁ ଦସ୍ତାବିଜ ହିଁ କହୁଛି କିଏ ଭୁଲ କରିଛି , ଆଉ କିଏ ଠିକ୍ କରିଛି ? ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଅଧ୍ୟାପିକା ଜଣଙ୍କ ମନମୁଖୀ କଲେଜ ଆସନ୍ତି, ମୁଁ ପ୍ରତିବାଦ କରିବାରୁ ଅଧ୍ୟାପିକା ମୋତେ ଧମକଦେଇ କହୁଛନ୍ତି ମୋ ଭାଇ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଭାବଶାଳୀ ବ୍ୟକ୍ତି । ଆପଣ ମୋ ବିଷୟରେ ଜାଣିନାହାନ୍ତି ଆପଣ ମୋତେ କିଛି କହିଲେ ବହୁତ ଅସୁବିଧା ହେବ। ସୂଚନାନୁଯାୟୀ ଅଧ୍ୟାପିକାଙ୍କ ଭାଇ ଜଣେ ମଦ ମାଫିଆ ଓ ଜଣେ ରାଜନେତା । ସରକାର ଶିକ୍ଷ୍ଯାଦାନ ନିମନ୍ତେ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ ହେଉଛି । କୋଭିଡ ମାହାମାରୀ ପାଇଁ ଦୀର୍ଘ ୨ ବର୍ଷ ସ୍କୁଲ କଲେଜ ବନ୍ଦ ରହିବା ପରେ ଏବେ ସବୁ ଖୋଲିଛି । ପୁଣି ଅଧ୍ୟାପିକାଙ୍କ ମନମାନି ଆଜି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଛି ସୃଷ୍ଟି କରିଛି । ସାଧାରଣରେ ପ୍ରଶ୍ନ ଉଠେ ମ୍ୟାଡମଙ୍କ ଅଭିଯୋଗ ଅନୁଯାୟୀ କଲେଜର ଅଧ୍ୟକ୍ଷ ନିଜର ଛାତ୍ରୀ ମାନଙ୍କ ପ୍ରାଇଭେସିକୁ ନଷ୍ଟ କରୁଛନ୍ତି , ନିଜେ ମ୍ୟାଡମ ସ୍ପଷ୍ଟ କରନ୍ତୁ ଅଧକ୍ଷ ମହୋଦୟ କଣ ପ୍ରାଇଭେସି ନଷ୍ଟ କରୁଛନ୍ତି । ସାଧାରଣରେ ପ୍ରଶ୍ନ ଉଠେ ଛାତ୍ରୀମାନେ ଏଭଳି ଅଭିଯୋଗ ଆଣିଥିଲେ ଅଧକ୍ଷ ଦଣ୍ଡିତ ହୋଇଥାନ୍ତେ । ନିଜ ଜିଦରେ ଅଟଳ ରହି ଛାତ୍ରୀ ମାନଙ୍କୁ ନିଜର ଅସ୍ତ୍ର କରିଛନ୍ତି ବୋଲି ସାଧାରଣରେ ଚର୍ଚା ଜୋର ଧରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଅଧ୍ୟକ୍ଷ ଆଉ କର୍ମଚାରୀଙ୍କ ମଧ୍ୟରେ ବାଦ ବିବାଦ ଲାଗିରୁହେ ଆଉ ଏ କଥା ଥାନା କୋର୍ଟକୁ ଯାଏ ତେବେ ପିଲାଙ୍କ ଭବିଷ୍ୟତ କଣ ହେବ ? (କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)



  • …..

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More