ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଛି ହାଇ ପ୍ରୋଫାଇଲ ଡ୍ରାମା

10

Get real time updates directly on you device, subscribe now.

  • କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କଥାକୁ ଭ୍ରୂକ୍ଷେପ କରୁନାହାନ୍ତି ଜନୈକା ଅଧ୍ୟାପିକା । କଥା କଥାରେ ଧମକ ଦେଉଛନ୍ତି ଜନୈକ ଅଧ୍ୟାପିକା । ଆପଣ ମୋ ବିଷୟରେ ଜାଣିନାହାନ୍ତି ଆପଣ ମୋତେ କିଛି କହିଲେ ବହୁତ ଅସୁବିଧା ହେବ ବୋଲି ଧମକ ଦେଉଚ୍ଚନ୍ତି ଜନୈକା ଅଧ୍ୟାପିକା । ସୂଚନାନୁଯାୟୀ ଅଧ୍ୟାପିକାଙ୍କ ଭାଇ ଜଣେ ମଦ ମାଫିଆ ଓ ଜଣେ ରାଜନେତା । ସରକାର ଶିକ୍ଷ୍ଯାଦାନ ନିମନ୍ତେ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ ହେଉଛି । କୋଭିଡ ମାହାମାରୀ ପାଇଁ ଦୀର୍ଘ ୨ ବର୍ଷ ସ୍କୁଲ କଲେଜ ବନ୍ଦ ରହିବା ପରେ ଏବେ ସବୁ ଖୋଲିଛି । ଆଜି ଅଧ୍ୟାପିକାଙ୍କ ମନମାନି ଆଜି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଛି ସୃଷ୍ଟି କରିଛି । ଦେଖନ୍ତୁ ସେ ସମୟର କିଛି ଝଲକ ମ୍ୟାଡ଼ାମ ମହଶୟା ରାଗରେ ତମ ତମ ହୋଇ ପରୀକ୍ଷା ହଲରେ ନିଜ ମୁଣ୍ଡ ବାଳକୁ ଖୋଲି ରାଗରେ ତମ ତମ ତମ ହେଉଥିବାର ଦୃଶ୍ୟ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ଉପଲବ୍ଦ୍ଧ କରନ୍ତୁ, ଇଏ ଏକ ଶିକ୍ଷା ଅନୁଷ୍ଠାନ ନା ନିଜ ଘର । ଯେପରି ସତରେ ମ୍ୟାଡାମଙ୍କ ପୈତୃକ ସମ୍ପତିରେ ଚାଲିଛି କଲେଜ । ନିଜ ଜିଦରେ ଅଟଳ ରହି ଛାତ୍ରୀ ମାନଙ୍କୁ ନିଜର ଅସ୍ତ୍ର କରିଛନ୍ତି ଜନୈକ ଅଧ୍ୟାପିକା ବୋଲି ସାଧାରଣରେ ଚର୍ଚା ଜୋର ଧରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଅଧ୍ୟକ୍ଷ ଆଉ କର୍ମଚାରୀଙ୍କ ମଧ୍ୟରେ ବାଦ ବିବାଦ ଲାଗିରୁହେ ଆଉ ଏ କଥା ଥାନା କୋର୍ଟକୁ ଯାଏ ତେବେ ପିଲାଙ୍କ ଭବିଷ୍ୟତ କଣ ହେବ ? ଦିନକୁ ଦିନ ଉଗ୍ର ହେଉଛି ଠାକୁର ନିଗମାନନ୍ଦ କଲେଜର ବିବାଦ । କଲେଜରେ ଦେଖିବାକୁ ମିଳିଛି ବିଶୃଙ୍ଖଳା । ସୂଚନାନୁଯାୟୀ , ଠାକୁର ନିଗମାନନ୍ଦ ଡିଗ୍ରୀ ଅଧ୍ୟକ୍ଷ ପରିଡାଙ୍କ ସାନଭାଇଙ୍କ ଝିଅଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଧ୍ୟାପିକା ସଂଯୁକ୍ତା ଜାଣିଶୁଣି ପରୀକ୍ଷାରେ ହଇରାଣ କରିଥିବା ନେଇ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଆରୀ ପ୍ରୀତିବାଳା ପରିଡା। ଅଭିଯୋଗରେ ପ୍ରୀତିବାଳା ଦର୍ଶାଇଛନ୍ତି ଅଧ୍ୟାପିକା ଓ ଅଧ୍ୟକ୍ଷଙ୍କ କଳି ଯୋଗୁଁ ଜାଣିଶୁଣି ମ୍ୟାଡ଼ାମ ମତେ ପରୀକ୍ଷା ଗୃହରେ ଛାତ୍ର ଛାତ୍ରୀମାନଙ୍କ ସାମ୍ନାରେ କପି ଚେକକରିବା ଓ ପରିକ୍ଷା ସମୟ ଭିତରେ ବାରମ୍ବାର ମୋ ପାଖକୁ ଆସି ମୋ ପେପର ନେଇ ଚେକିଂ କରିବା ଓ ଅଧ୍ୟକ୍ଷ ମୋ ବଡବାପା ହୋଇଥିବାରୁ ମୋ ଆଗରେ ତାଙ୍କୁ ମଧ୍ୟ ଅଶାଳୀନ ଭାଷାରେ ଗାଳିଗୁଲଜ କରିଛନ୍ତିି। ଅଧ୍ୟାପିକାଙ୍କ ଏଭଳି ହରକତ ପାଇଁ ଛାତ୍ରୀମାନଙ୍କ ପରିକ୍ଷାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରୀତିବାଳାଙ୍କ ସମେତ ସହପାଠୀ ଛାତ୍ରୀ ଓ ଅବିବାହକ। କାଲି ବିଭିନ୍ନ ଗଣମାଧ୍ୟମରେ ଛାତ୍ରୀଙ୍କର ନ୍ଯୁଜ ପ୍ରସାରଣ ହେବାପରେ ଆଜି ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ଜନୈକ ଅଧ୍ୟାପିକା । କିପରି ଛୋଟ ଝିଅ ଉପରେ ଓ ଗଣମାଧ୍ୟମ ଉପରେ ବାର୍ଷୁଛନ୍ତି ପାୱାଫୁଲ ଅଧ୍ୟାପିକା । ଗଣମାଧ୍ୟମର ଧର୍ମ ସଠିକ ଖବର ପରିବେଷଣ କରିବା । କଣ ପାଇଁ ମ୍ୟାଡମଙ୍କ ଗଣମାଧ୍ୟମ ଉପରେ ଏତେ ରାଗ ସମୟ ନିଶ୍ଚିତ ଉତରଦାୟୀ ରହିବ । ସାଧାରଣରେ ପ୍ରଶ୍ନ ଉଠେ କାହା ଇଙ୍ଗିତରେ ଜଣେ ଅଧ୍ୟାପିକା ଏତେ ପାୱାରଫୁଲ । ସୂଚନାନୁଯାୟୀ ଆଜି ରାଜନୀତି ବିଜ୍ଞାନ ପରୀକ୍ଷା ଥିଲା ମ୍ୟାଡାମ ସେ ବିଷୟ ପଢାଇ ନଥିଲେ , ସେଥି ପାଇଁ ପିଲା ମାନେ ଏହି ବିଷୟରେ କଥୋପୋକଥନ ହେଉଥିଲେ । ଘଟଣା ଶୁଣି ମ୍ୟାଡାମ ରାଗରେ ନାଲି ପଡି ଯାଇଛନ୍ତି । ସୁଣନ୍ତୁ କଣ କଣ କଥା ହେଉଛନ୍ତି କଲେଜର ଅଧ୍ୟାପକ ଓ ଅଧକ୍ଷ । ହଁ ଦର୍ଶକ ବନ୍ଧୁ ପାଠ ପଢେଇବେନି ପୁଣି ନାଲି ଆଖି । ଜିଲା ପ୍ରଶାସନ ଏହି ବିଷୟରେ ଅବଗତ ଥିଲେ ମଧ୍ୟ କଣ ପାଇଁ ଚୁପ ତାହା ସାଧାରଣରେ ପ୍ରଶ୍ନ ବାଛି ସୃଷ୍ଟି କରିଛି । ଘଟଣା ଯାହାବି ହେଉନା କାହିଁକି ଗୁରୁ ଓ ଶିଷ୍ୟ, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯେଉଁ ଭକ୍ତିର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି ଏମିତି ହେବା ଦ୍ଵାରା ଆଗାମୀ ଦିନରେ ଏ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More