ମାହାଙ୍ଗ(ସଂଘର୍ଷ ମିଡିଆ ) : ମାହାଙ୍ଗା, ଠକେଇ ଅଭିଯୋଗରେ କରିଥିବା fir ଓ ଅଭିଯୁକ୍ତକୁ ଉପଯୁକ୍ତ ଦଣ୍ଡପ୍ରଦାନ ଦାବିରେ ଆଜି ପୁଣିଥରେ ମାହାଙ୍ଗା ଥାନାରେ ଅଭିଯୋଗକରିମାନେ ଫେରାଦ ହୋଇଛନ୍ତି । ଗତ 30 ତାତିଖରେ ମାହାଙ୍ଗା ଥାନାରେ ଅଭିଯୋଗ ମୁତାବକ ଠକେଇ କରିଥିବା କୁସୁପୁର ଗ୍ରାମର ଇନ୍ଦ୍ର ବ୍ରହ୍ମl ନାମକ ବ୍ୟକ୍ତି ସମସ୍ତ ଦୋଷ ଶିକାର କରିଥିବା ବେଳେ ଆଜି ପାଇଁ ବା ବୁଧବାର ପାଇଁ ସମୟ ମାଗି ଲିଖିତ ଆକାରରେ ଥାନା ସହିତ ଅଭିଯୋଗକରିମାନଙ୍କୁ ସ୍ଵାନ୍ତନା ଦେଇଥିଲେ l ଲୋକଙ୍କୁ ଭୁଆଁ ବୁଲାଇ loan କରେଇଦେବା ନାଁରେ ପ୍ରାୟ ପନ୍ଦର ସତର ଜଣଙ୍କ ପାଖରୁ 35000 ଟଙ୍କା ଲେଖାଏଁ ଅଗ୍ରିମ ନେଇ ପାଞ୍ଚ ଲକ୍ଷରୁ ଦଶ ଲକ୍ଷ୍ୟ ଟଙ୍କା loan କରେଇ ଦେବା କଥା କହି ନିରୀହ ଗରିବ ଲୋକଙ୍କୁ ଠକି ସମୟ ଗଡେଇ ଚାଲୁଥିବା ଠକ ଏବେ ମାହାଙ୍ଗା ଥାନାରେ ଦୋଷ ସ୍ୱୀକାର କରିଥିଲେ ମଧ୍ୟ୍ୟ ଟଙ୍କା ଫେରେଇବା ପାଇଁ ସମୟ ମାଗି ନିର୍ଭିକରେ ବୁଲୁଥିଲା ବେଳେ, ଗରିବ ଖଟିଖିଆ ମଣିଷ ଥାନାରେ ଚକର କାଟୁଛନ୍ତି କେବଳ ତାଙ୍କ ଝାଳ ବୁହା ଧନ ଫେରି ପାଇବା ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି l ସୀତାକାନ୍ତ ବରାଳ ନାମକ ଜଣେ ଗରିବ ଲୋକଙ୍କୁ ଠକି ଆଜି ନିର୍ଭିକରେ ବୁଲୁଥିବା ଠକ କୁନି ପୁଅଟିକୁ ମରଣ ମୁହଁକୁ ଠେଲି ଦେବାକୁ ପଛାଇଲା ନାହିଁ । ସୀତାକାନ୍ତ ବାବୁ ନିଜ ପୁଅର କିଡ଼ନୀ ଅପେରସନ ପାଇଁ ଜମି ବିକି କିଛି ପଇସା ରଖିଥିଲେ ଓ ଆଉ କିଛି ପଇସା ଯୋଗାଡରେ ଥିଲେ l ଚାରିଆଡୁ ନିରାଶ ହେଲା ପରେ ଏହି ଠକ ଜଣକ ଦୃଭାଗ୍ୟ ବଶତଃ ସୀତାକାନ୍ତଙ୍କୁ loan କରାଇ ଦେବାର ପ୍ରଲୋଭାନ ଦେଖାଇ ଜମି ବିକା ପଇସା ହଡପ କରି ଶାନ୍ତିରେ ବୁଲୁଥିବା ବେଳେ ସୀତାକାନ୍ତ ଏବେ ନିଜ ପୁଅର ଚିକିଚ୍ଛା କରିବାକୁ ବାର ଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି। ସୀତାକାନ୍ତ ଭାବିଥିଲେ loan ମିଳିଲେ ପୁଅର ଅପେରସନ କରାଇ ଶାନ୍ତିରେ ନିଶ୍ୱାସ ମାରିବେ ହେଲେ ଏହି ଠକ ଜଣକ ତାଙ୍କୁ ସର୍ବସ୍ୱାନ୍ତ କରିଦେଲା । ବାକିରହିଲା ଦେଖିବାକୁ ଏହି ଠକ ଜଣକ ଆଇନ ହାତରୁ କେତେଦିନ ଲୁଚି ବୁଲିବ l