ଟ୍ରେନରେ କୋଇମ୍ବାଟୁରରୁ ବଲାଙ୍ଗିର ଆସୁଥିବା ସମୟରେ ଦାଦନ ଶ୍ରମିକ ଭସତ କହଁର (ଦାମ) ନିଖୋଜ

23

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) ,,-ରାଜ୍ୟ ଓ କେନ୍ଦ୍ର ସରକାର ଯେତେ ଯୋଜନା କଲେ ମଧ୍ୟ ଦାଦନ ସମସ୍ୟା ବନ୍ଦ ହେଉ ନାହିଁ l ଦାଦନ ଖଟି ବାକୁ ଆମ ଓଡିଶାରୁ ବିଶେଷ କରି ପଶ୍ଚିମ ଓଡିଶାରୁ ହଜାର ହଜାର ବେକାର ଯୁବକ ଯୁବତୀ ବାହାର ରାଜ୍ୟ କୁ ଦାଦନ ଖଟି ବାକୁ ଯାଉଛନ୍ତି l ଏ ବିଷୟରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଜାଣୁ ଥିଲେ ମଧ୍ୟ ସେଥିପ୍ରତି ବିଶେଷ ଦୃଷ୍ଟି ଦେଉ ନାହାନ୍ତି l ଦାଦନ ଖଟିବାକୁ ଯାଇ ଅନେକ ନିଜର ଜୀବନ ହରାଉଛନ୍ତି ତ କିଏ ନିଜର ସ୍ତ୍ରୀ, ସ୍ୱାମୀ ଓ ପିଲା ଛୁଆଙ୍କୁ ହରାଉଛି l ଏପରି ଏକ ଘଟଣା ଆସିଛି ବୌଦ୍ଧ ଜିଲ୍ଲାରୁ l ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତର ଗୁଢ଼ିଆଳୀ ଗ୍ରାମର ଜଳନ୍ଧର କହଁରଙ୍କ ପୁଅ ଭସତ୍ କହଁର ଏବଂ ଖଜୁରୀ ପଡା ଗ୍ରାମର ସରୋଜ ଝାଙ୍କର ଦୁହେଁ ମିଶି ତାମିଲନାଡୁ କୁ ଦାଦନ ଖଟିବାକୁ ଯାଇଥିଲେ। ତାମିଲନାଡୁରୁ ଘରକୁ ଫେରିବା ପାଇଁ କୋଇମ୍ବାଟୁରରୁ ୨୪/୦୯/୨୦୨୨ରେ ବଲାଙ୍ଗିରକୁ ଧାନବାଦ ଏକ୍ସପ୍ରେସ ଟ୍ରେନ ରେ ଟିକେଟ କାଟି ଆସୁଥିବା ସମୟରେ ବିଜୟୱାଡ଼ା ଷ୍ଟେସନ ଠାରେ ପହଞ୍ଚିଥିଲେ। ସରୋଜ ଝାଙ୍କର ତା ୨୫/୦୯/୨୦୨୨ରେ ସକାଳ ପ୍ରାୟ ପାଞ୍ଚ ଘଣ୍ଟା ସମୟରେ ଶୋଇ ଉଠିବା ପରେ ଭସତ୍ କହଁର (ଦାମ) ପାଖରେ ଆଉ ନ ଥିଲେ। ୨ଟି ବଗି ରେ ଖୋଜାଖୋଜି କଲେ ମଧ୍ୟ ପାଇଲେ ନାହିଁ। ଏହି ବିଷୟରେ ସରୋଜ ଝାଙ୍କର୍ ଭସତ କହଁରଙ୍କ ଘରକୁ ଆସି ସମସ୍ତ ଘଟଣା କହିଲା ପରେ ଭସତ କହଁରଙ୍କ ସ୍ତ୍ରୀ ସସ୍ମିତା କହଁର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ତଦନ୍ତ କରି ତାଙ୍କ ସ୍ଵାମୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଘୁହାରି କରିଛନ୍ତି। ଏଥିରେ ସ୍ଵଚ୍ଛାସେବୀ ଧରଣୀଧର ଲାଉରିଆ ଏମାନଙ୍କୁ ସହଯୋଗ କରିଥିଲେ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More