ଟ୍ରାକ୍ଟର ଧକ୍କାରେ ୨ ଶ୍ରମିକ ମୃତ

18

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଲକ୍ଷ୍ମୀପୋଷୀ ଛକଠାରୁ ୧୫୦ ମିଟର ଦୂର ରାସ୍ତାରେ ଅନ୍ତର୍ଗତ ଶନିବାର ରାତିରେ ଅଜଣା ଗାଡ଼ି ରାସ୍ତାରେ ଚାଲି ଚାଲି ଯାଉଥିବା ଦୁଇ ଜଣ ଦିନମଜୁରିଆଙ୍କୁ ଧକ୍କା ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।କେହି ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣକ ହେଲେ ଜାମଦା ବ୍ଳକର ତାଳଗାଁ ପଞ୍ଚାୟତର ମହିଶକୁଦର ଗ୍ରାମର ରେଙ୍ଗ ପୂର୍ତି(୪୨) ଏବଂ ରାମ ପୂର୍ତି (୩୫) । ସେମାନେ ରାଇରଙ୍ଗପୁର ସହରରେ କାମ ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଖବର ପାଇ ଗାଁରେ ଶୋକାକୁଳ ପରିବେଶ ହୋଇ ଉଠିଥାଲା । ରାଇରଙ୍ଗପୁର ହସ୍ପିଟାଲ ଲୋକାରଣ୍ୟ ହୋଇ ଉଠିଥିଲା । ପୋଲିସ ଖବର ପାଇ ଘଟଣା ତଦନ୍ତ କରି ରବିବାର ଦିନ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More