ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଳକର ଜୟପୁର ପଞ୍ଚାୟତର ପୁରୁଣାପାଣି କେନାଲ ପାଖରେ ଟ୍ରାକ୍ଟର ଚାଷ କରିଵାକୁ ଯାଉଥିବା ସମୟରେ ବିଲରେ ଓଲଟି ଦୁଇ ମହିଳା ମୃତ ହୋଇଥିବାବେଳେ ୩ ମହିଳା ଗୁରୁତର । ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା ।ଅତି ଗୁରୁତର ୩ ଜଣଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ରାଇରଙ୍ଗପୁର ଡାକ୍ତରଖାନାରେ ମନ୍ଦୋଦରି ପାତ୍ର (୫୫) ଏବଂ ମିତାରାଣୀ ହାଁସଦା(୨୨) ଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ୩ ଜଣ ହେଲେ ବୁଧେଇ ମାର୍ଣ୍ଡୀ(୫୨),ସୋମବାରୀ ମାର୍ଣ୍ଡୀ(୪୮) ଏବଂ ପୁଦି ମାର୍ଣ୍ଡୀ(୩୮) । ସମସ୍ତଙ୍କ ଘର ଚୁଆପାଣି ପଞ୍ଚାୟତର କେଶର ଗଡିଆ ଦଲକି ।ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।ଗାଁରେ ଶୋକରେ ଛାୟା ଖେଳିଯାଇଛି । ରାଇରଙ୍ଗପୁର ହସ୍ପିଟାଲ ଲୋକାରଣ୍ୟ ହୋଇ ଉଠିଛି ।