ଟ୍ରଲି ଟାଣିଲେ ମହିଳା, ବୋହିନେଲେ ଗୋଡି ପଥର ମୋହରମ, ଆଉ ମରାମତି କଲେ ନିଜ ଗାଁ ରାସ୍ତା

40

Get real time updates directly on you device, subscribe now.

ମାହାଙ୍ଗା ( ସଂଘର୍ଷ ମିଡିଆ ) : ଦୀର୍ଘ ବର୍ଷ ଧରି ଗ୍ରାମବାସୀ ମାନେ ଏହି ରାସ୍ତା ମରାମତି ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଜିଲ୍ଲାପାଳ ବିଧାୟକ ମନ୍ତ୍ରୀ ସମସ୍ତଙ୍କ ଠାରେ ଗୁହାରି କରି କରି ନୟାନ୍ତ ହୋଇଥିଲେବି କେହି ଶୁଣିଲେନି କି ରାସ୍ତା ମରାମତି କଲେନି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମାହାଙ୍ଗା ପଂଚାୟତର ଜସୁଆପୁର ଗାଁରେ, ମାହାଙ୍ଗା ସିପୁରା ଠାରୁ ଜସୁଆ ପୁର ସିଂହ ସାହି ଯାଏ ପ୍ରାୟ ଏକ କିମି ନାଲିମାଟି ରାସ୍ତା ସ୍ୱାଧୀନତାର ୭୪ବର୍ଷ ପରେବି ପକ୍କା କି ପିଚୁ ରାସ୍ତାରେ ପରିଣତ ହେଲାନି, ଦୈନଦିନ ଏହି ରାସ୍ତାରେ ସହ ସହ ଲୋକ, ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯାନବାହାନ ରେ ପଲ୍ଲୀସାହି, ଓଷଙ୍ଗ ଉମର ନାହାଙ୍ଗ ଏରକଣା ଗୋତରା ଭଉଁରିଆ ଆଦି କୋଡିଏରୁ ଉର୍ଦ୍ଧ ସ୍ଥାନକୁ ଯାତାୟତରେ ବ୍ୟବହାର କରନ୍ତି । କିନ୍ତୁ ମରାମତି ଅଭାବରୁ ଏହି ରାସ୍ତାରେ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇଏହା ଗମନାଗମନ ଅନୁପଯୋଗୀ ହେବାସହ ଏହି ଗାଁକୁ ଆମ୍ବୁଲାନ୍ସ ଜରୁରୀ କାଳୀନ ଯାନବାହାନ ଆସିବା ସ୍ଵପ୍ନ ହୋଇଯାଇଥିଲା । ସବୁଆଡେ ଭଲ ରାସ୍ତାଟିଏ ପାଇଁ ଗୁହାରିକରିକରି ନିରାଶ ହେବାପରେ ନିଜ ଗାଁ ଲୋକଙ୍କ କଥା ନିଜେ ଚିନ୍ତା କରିଛନ୍ତି ଗ୍ରାମବାସୀ,ଏକଜୁଟ ହୋଇ ଘରଘର ବୁଲି ଅର୍ଥ ଆଦାୟ କରି ସେଥିରେ ପଥର ଗୋଡି ଆଣି ଗାଁର ମହିଳା ବୃଦ୍ଧ ଯୁବକ ଯୁବତୀ ବାଳକ ବାଳିକା ଏପରିକି ଛୋଟ ଛୋଟ କୁନି ପିଲା ମାନେ ବି କୋମଳ ହାତରେ ପଥର ଗୋଡିକୁ ବୋଇନେଇ ଖାଲଖମା ସମତୁଲ କରିଛନ୍ତି, ଖୋଦ ସରପଞ୍ଚଙ୍କ ଘର ଏହି ୱାର୍ଡ ରେ ହୋଇଥିଲାବେଳେ ବି ସେ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି କି ବିଧାୟକ ମନ୍ତୀ ବି ଶୁଣିନାହାନ୍ତି । ସରକାର ଏହି ରାସ୍ତାକୁ ମରାମତି କରିବାକୁ ସହାୟତା ନକଲେ ଗ୍ରାମବାସୀ ମାନେ ଆସନ୍ତା ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।ଦେଖିବାକୁ ବାକି ରହିଲା ମାହାଙ୍ଗାର ଏହି ରାସ୍ତାର ଦୁରାବସ୍ଥା କେବେ ସୁଧୁରୁଚି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More