ଟ୍ରଙ୍କୁଲାଇଜ କରିବାରେ ବନବିଭାଗ ବିଫଳ; ନରସିଂହପୁର ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା

21

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : : ପୁଣି ନରସିଂହପୁର ଜଙ୍ଗଲ ରେ ଏକ ଗୁଳିବିଦ୍ଧ ଦନ୍ତା ହାତୀ ଠାବ। ଗତକାଲି ପୂର୍ବ ରେଞ୍ଜ ନୂଆଗଡ଼ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବେଳେ ଆଜି ପଶ୍ଚିମ ରେଞ୍ଜ ର ଜୟପୁର ଜଙ୍ଗଲ ରେ ହାତୀ ଟି ରହିଥିବାର ଖବର ପାଇ ହାତୀର ଚିକିତ୍ସା ପାଇଁ ପହଁଚିଛନ୍ତି ସାତକୋଶିଆ ର ଏକ ବିଶେଷଜ୍ଞ ଦଳ। ସ୍ଥାନୀୟ ଲୋକମାନେ ଜଙ୍ଗଲ କୁ କାଠ ପାଇଁ ଯାଇଥିବା ବେଳେ ହାତୀ ଟିକୁ ଦେଖିଥିଲେ । ଗତ ୨୨ ତାରିଖ ରୁ ହାତୀ ଟିକୁ ଚିହ୍ନଟ କରାଯାଇଥିବା ବେଳେ ଆଜକୁ ୪ଦିନ ବିତିଯାଇଥିଲେ ମଧ୍ୟ ବନବିଭାଗର କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ। ଗତକାଲି ବନବିଭାଗ ହାତୀର ସନ୍ଧାନ ପାଇ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଥିଲେ। ଆଜି ସକାଳୁ ପୁଣି ବନ ବିଭାଗ ଓ ସାତକୋଶିଆ ଟିମ ପହଂଚି ଦୀର୍ଘ ୪ ଘଣ୍ଟା ଧରି ଅନୁସନ୍ଧାନ ଜାରି ରଖିଛି। ଗତକାଲି ମଧ୍ୟ ହାତୀ କୁ ଠାବ କରାଯାଇଥିଲା କିନ୍ତୁ ହାତୀ ଟି ଅଧିକ କଷ୍ଟ ପାଇ ବନ କର୍ମଚାରୀ ଙ୍କୁ ତଡୁ ଥିବାବେଳେ ଗତକାଲି ACF ଓ DFO ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ହାତୀ ଦେହରେ ଗୁଳି ବାଜିବା କଥା କୁ ଖୋଦ ବନ କର୍ମଚାରୀ ଓ ଅଧିକାରୀ ମାନେ ଗଣମାଧ୍ୟମ କୁ ଲୁଚାଇବା ଘଟଣାରେ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More