ଟ୍ରକ ଚାପାରେ ଜଣେ କଲେଜ ଛାତ୍ରୀ ମୃତ , କ୍ଷତିପୂରଣ ଦାବିରେ ରାସ୍ତାରୋକ

16

Get real time updates directly on you device, subscribe now.

ନୂଆପଡା (ସଂଘର୍ଷ ମିଡିଆ) : – ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚଟିଆଗୁଡା ନିକଟ ଫୋରୱେ ରାସ୍ତା ଉପରେ ଏକ ଟ୍ରକ ଚାପାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣକ ଗୋର୍ଲା ଗ୍ରାମ ଭରୋପଡା ର ଚନ୍ଦ୍ରଧ୍ୱଜ ମାଝୀ ଙ୍କ ଝିଅ ବେଦମତୀ ମାଝୀ(୧୬) ଏବଂ ଗୁରୁତର ଛାତ୍ରୀ ଜଣକ ସେହି ଗ୍ରାମର କମଳାକାନ୍ତି ମାଝୀ ବୋଲି ଜଣାପଡ଼ିଛି। ଉକ୍ତ ଛାତ୍ରୀ ଦ୍ବୟ ସିନାପାଲି ସ୍ଥିତ ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଆଜି କଲେଜରୁ ଘର କୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ପ୍ରାପ୍ତ ଖବର ଅନୁସାରେ ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ଛାତ୍ରୀ ମାନେ ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ଟ୍ରକ (ସିଜି ୦୪ ଏମଜି ୮୮୦୮) ଚଟିଆଗୁଡା ନିକଟରେ ଛାତ୍ରୀ ମାନଙ୍କୁ ଧକ୍କା ଦେଇ ଡ୍ରାଇଭର ଜଣକ ଟ୍ରକକୁ ସିନାପାଲି ଏଚପି ପେଟ୍ରୋଲ ଟ୍ୟାଙ୍କ ନିକଟରେ ଛାଡି ଫେରାର ମାରିଥିଲା। ଘଟଣାରେ ଜଣେ ଛାତ୍ରୀ ଟ୍ରକରେ ଚାପି ହୋଇଯିବାରୁ ଘଟଣା ସ୍ଥଳରେ ହିଁ ତାର ମୃତ୍ୟ ଘଟିଥିଲା। ଅନ୍ୟ ଜଣକ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ବର୍ତ୍ତମାନ ସେ ଝିଅର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ପରିବାର ଲୋକେ ଘଟଣା ସ୍ଥଳରେ ମୃତ ଶରୀର ରଖି ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ପରିବାର ଲୋକେ କ୍ଷତି ପୂରଣ ଦାବିରେ ଅଡି ବସିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଟ୍ରକ ମାଲିକ ପହଞ୍ଚି ନଥିବା ବେଳେ ପୋଲିସ ପହଞ୍ଚି ଟ୍ରକ ମାଲିକ ସହିତ ଯୋଗାଯୋଗ କରୁଥିବା ଜଣାପଡ଼ଛି। ନୂଆପଡ଼ା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More